www.samajalive.in
Sunday, December 7, 2025
26.1 C
Bhubaneswar

୩ଟି ରେଳଗାଡିର ୩ଟି ଷ୍ଟେସନରେ ପରିବର୍ତ୍ତନ

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ୩ଟି ରୁଟରେ ଚାଲୁଥିବା ୩ଟି ଯାତ୍ରୀବାହୀ ରେଳଗାଡିର ୩ଟି ଲେଖାଏଁ ଷ୍ଟେସନରେ ସମୟ ପରିବର୍ତ୍ତନ କରାଯାଇଛି। ଯାତ୍ରୀ ମାନଙ୍କ ସୁବିଧା ଓ ପରିଚାଳନାଗତ ପ୍ରତିବନ୍ଧକକୁ ଏଡାଇବା ପାଇଁ ଢ଼େଙ୍କାନାଳ – ଅନୁଗୁଳ ଏବଂ ଜଖପୁରା – ନୟାଗଡ଼ ରୋଡ ରେଳ ସେକ୍ସନ ମଧ୍ୟରେ ୩ଟି ଭିନ୍ନ ଭିନ୍ନ ଷ୍ଟେସନ ଗୁଡିକରେ ସମୟ ପରିବର୍ତ୍ତନ କରାଯାଇଛି। ରେଳଗାଡି ସଂଖ୍ୟା ୧୨୮୯୪ ବଲାଙ୍ଗୀର – ଭୁବନେଶ୍ୱର ଇନ୍ଟରସିଟି ଏକ୍ସପ୍ରେସ ଅନୁଗୁଳ, ତାଳଚେର ରୋଡ ଓ ମେରାମଣ୍ଡଳୀ ଷ୍ଟେସନ ଗୁଡିକରେ ୧୬ ଅଗଷ୍ଟରୁ ବର୍ତ୍ତମାନର ନିର୍ଦ୍ଧାରିତ ସମୟ ସାରଣୀ ପରିବର୍ତ୍ତେ ନୂତନ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ। ବଲାଙ୍ଗୀରୁ ଛାଡି ଯାତ୍ରାପଥରେ ଅନୁଗୁଳ ଠାରେ ନୂତନ ସମୟ ସାରଣୀ ଅନୁଯାୟୀ ସନ୍ଧ୍ୟା ୭ଟା ୧୦ ରେ ପହୁଞ୍ôଚ ୨ ମିନିଟର ରହଣି ପରେ ୭ଟା ୧୨ ମିନିଟରେ ଛାଡିବ। ତାଳଚେର ରୋଡରେ ସନ୍ଧ୍ୟା ୭ଟା ୧୫ ରେ ପହୁଞ୍ôଚ ୨ ମିନିଟର ରହଣି ପରେ ୭ଟା ୧୭ ମିନିଟ ଓ ମେରାମଣ୍ଡଳୀ ଷ୍ଟେସନରେ ସନ୍ଧ୍ୟା ୭ଟା ୩୭ ରେ ପହୁଞ୍ôଚ ୧ ମିନିଟର ରହଣି ପରେ ୭ଟା ୩୮ ମିନିଟରେ ଛାଡି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ରେଳଗାଡି ସଂଖ୍ୟା ୧୮୩୦୩ ସମ୍ବଲପୁର – ପୁରୀ ଇନ୍ଟରସିଟି ଏକ୍ସପ୍ରେସ ଅନୁଗୁଳ, ତାଳଚେର ରୋଡ ଓ ମେରାମଣ୍ଡଳୀ ରେଳ ଷ୍ଟେସନ ମାନଙ୍କରେ ୧୬ ଅଗଷ୍ଟରୁ ନୂତନ ସମୟ ସାରଣୀ ଅନୁଯାୟୀ ରହଣି କରିବ। ସମ୍ବଲପୁର ଠାରୁ ଯାତ୍ରା ସମୟରେ ଅନୁଗୁଳ ଠାରେ ପୂର୍ବାହ୍ନ ୮ ଟା ୩୫ ମିନିଟରେ ପହୁଞ୍ôଚ ପୂର୍ବାହ୍ନ ୮ଟା ୩୭ ମିନିଟରେ ଛାଡିବ, ତାଳଚେର ରୋଡ ଠାରେ ପୂର୍ବାହ୍ନ ୮ଟା ୪୫ ମିନିଟରେ ପହୁଞ୍ôଚ ୮ଟା ୪୬ ମିନିଟ ଏବଂ ମେରାମଣ୍ଡଳୀ ଠାରେ ପୂର୍ବାହ୍ନ ୯ଟା ୩ ମିନିଟରେ ପହୁଞ୍ôଚ ୯ଟା ୪ ମିନିଟରେ ଛାଡି ଭୁବନେଶ୍ୱରକୁ ଯାତ୍ରା କରିବ। ସେହିଭଳି ୧୮୪୧୫ ବଡବିଲ – ପୁରୀ ଏକ୍ସପ୍ରେସ ନୟାଗଡ଼ ଠାରେ ଅପରାହ୍ନ ୧୨ଟା ୫୨ ମିନିଟରେ ପହଂଚି ୧୨ଟା ୫୩ ମିନିଟ, ପର୍ଜନପୁର ଠାରେ ଅପରାହ୍ନ ୧ଟା ୩ ମିନିଟରେ ପହୁଞ୍ôଚ ଅପରାହ୍ନ ୧ଟା ୪ ମିନିଟ ଏବଂ ଗୋଆଲଡିହ ଠାରେ ଅପରାହ୍ନ ୧ଟା ୧୪ ମିନିଟରେ ପହୁଞ୍ôଚ ୧ଟା ୧୫ ମିନିଟରେ ପୁରୀ ଅଭିମୁଖେ ଯାତ୍ରା କରିବ। ଅନ୍ୟାନ୍ୟ ନିର୍ଦ୍ଧାରିତ ଷ୍ଟେସନ ଗୁଡିକରେ ଉପରୋକ୍ତ ରେଳଗାଡି ଗୁଡିକର ସମୟ ସାରଣୀ ଅପରିବର୍ତ୍ତିତ ରହିବ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories