କନ୍ଧମାଳ : କନ୍ଧମାଳରେ ଘନ କୁହୁଡ଼ି ଯୋଗୁଁ ଏକ ସଡ଼କ ଦୁର୍ଘଟଣା ଘଟି ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସଦର ଥାନା ଅନ୍ତର୍ଗତ ଗୁମ୍ମାଗଡ଼ ଅଞ୍ଚଳର ଜଣେ ଯୁବକ ବୁଧବାର ସକାଳେ ବାଇକ ଯୋଗେ ଫୁଲବାଣୀ ଅଭିମୁଖେ ଯାଉଥିଲେ। ମାତ୍ର କୁହୁଡ଼ି ଯୋଗୁଁ ରାସ୍ତାଘାଟ ଠିକ୍ ଭାବେ ଦେଖାଯାଉ ନଥିଲା। ଫଳରେ ବାଇଟି ଗଛରେ ପିଟି ହୋଇଯାଇଥିଲା ଓ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।
Popular Categories



