www.samajalive.in
Sunday, December 7, 2025
14.1 C
Bhubaneswar

ଦିଲ୍ଲୀ ପୁଲିସକୁ ସମର୍ଥନ କଲେ ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀ

ନୂଆଦିଲ୍ଲୀ: ତୀସ ହଜାରୀ କୋର୍ଟ ପରିସରରେ ପାର୍କିଂ ବିବାଦକୁ ନେଇ ଗତ ଶନିବାର ପୁଲିସ-ଓକିଲଙ୍କ ମଧ୍ୟରେ ଘଟିଥିବା ଖଣ୍ଡଯୁଦ୍ଧ ଘଟଣାକୁ ନେଇ ରାଜଧାନୀ ଦିଲ୍ଲୀରେ ପୁଲିସ କର୍ମଚାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ପୁଲିସକୁ ମାଡ଼ ମାରିଥିବା ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମଙ୍ଗଳବାର ହଜାର ହଜାର ପୁଲିସ କର୍ମଚାରୀ ପୁଲିସ ମୁଖ୍ୟାଳୟ ଆଗରେ ଧାରଣା ଦେଇ ନ୍ୟାୟ ମାଗିଛନ୍ତି। ଏପରି ସ୍ଥିତିରେ ଦିଲ୍ଲୀର ପୂର୍ବତନ ସ୍ବତନ୍ତ୍ର ପୁଲିସ କମିଶନର ତଥା ବର୍ତ୍ତମାନର ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀ ଦିଲ୍ଲୀ ପୁଲିସକୁ ସମର୍ଥନ କରିଛନ୍ତି। ଏକ ନିଷ୍ପତ୍ତି ନିଅ ଏବଂ ସେଥିରେ କଠୋର ରୁହ ବୋଲି କିରଣ ବେଦୀ ଦିଲ୍ଲୀ ପୁଲିସ କର୍ମଚାରୀଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିଲ୍ଲୀ ପୁଲିସ କର୍ମଚାରୀମାନେ ମୁଖ୍ୟାଳୟ ସାମ୍ନାରେ ପ୍ରତିବାଦ କରିବା ସମୟରେ କିରଣ ବେଦୀଙ୍କ ଫଟୋ ଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। କିରଣ ବେଦୀ ପୁଲିସ କମିଶନର ଥିବାବେଳେ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ପଦପଦବୀକୁ ନ ଦେଖି ସମସ୍ତଙ୍କୁ ସମାନ ଭାବେ ସମର୍ଥନ କରୁଥିଲେ। ଏହାର ଦୃଷ୍ଟାନ୍ତ ଦେଇ କିରଣ ବେଦୀଙ୍କୁ ଦିଲ୍ଲୀ ପୁଲିସ କମିଶନର ଭାବେ ଫେରାଇ ଆଣିବାକୁ ସେମାନେ ଦାବି କରିଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories