www.samajalive.in
Sunday, December 14, 2025
26.1 C
Bhubaneswar

ନବୋଦୟ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନୂଆ ନିଯୁକ୍ତି

ଫୁଲବାଣୀ: ରାଜ୍ୟ ସରାକର ନୂଆ ନିଯୁକ୍ତ ସୃଷ୍ଟିକରି ଯୁବକ ଓ ଯୁବତୀ ମାନଙ୍କୁ ନିଯୁକ୍ତି ପର୍ବରେ ନିଯୁକ୍ତି କରୁଥିବା ବେଳେ ଫୁଲବାଣୀ ନବୋଦୟ ବିଦ୍ୟାଳୟର ଦୁଇ ପୂର୍ବତନ ଛାତ୍ର ଓ ଛାତ୍ରୀଙ୍କୁ ମିଳିଛି ନୂଆ ନିଯୁକ୍ତି। ଉଭୟ କନ୍ଧମାଳ ଜିଲ୍ଲାର ଅଟନ୍ତି। ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଡ଼କେବାରି ଗ୍ରାମର ବିରେନ୍‌‌ ଦିଗାଲଙ୍କୁ ସହକାରୀ କୃଷି ଯନ୍ତ୍ରୀ ଭାବେ ନିଯୁକ୍ତି ମିଳିଥିବା ବେଳେ କ.ନୂଆଗାଁ ବ୍ଳକ ଅନ୍ତର୍ଗତ କଞ୍ଜାମେଣ୍ଡି ଅଞ୍ଚଳର ସୁଭସ୍ମିତା ସାହୁଙ୍କୁ ସହକାରୀ କୃଷୀ ଅଧିକାରୀ ଭାବେ ନିଯୁକ୍ତି ମଳିଛି। ସୁଭସ୍ମିତା ଫୁଲବାଣୀ ନବୋଦୟ ବିଦ୍ୟାଳୟର ୨୦୦୯ ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ବେଳେ ବିରେନ୍‌‌ ୨୦୦୮ରୁ ୨୦୧୫ ମସିହା ପର୍ଯ୍ୟନ୍ତ ନବୋଦୟ ବିଦ୍ୟାଳୟର ଛାତ୍ର ଥିଲେ।

ସେହିଭଳି ନିକଟରେ ନବୋଦୟର ଅନ୍ୟ ଦୁଇ ପୂର୍ବତନ ଛାତ୍ରୀ ସୁଚିସ୍ମିତା ପାଣିଗ୍ରାହୀ (କନ୍ଧମାଳ) ଏବଂ ଲୋପମୁଦ୍ରା ରଥ (ବ୍ରହ୍ମପୁର) ମଧ୍ୟ ଓଇଏସ୍‌‌ ପାଇ ଏବେ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଛନ୍ତି। ଗତ କିଛିଦିନ ମଧ୍ୟରେ ଏକାଧିକ ଫୁଲବାଣୀ ନବୋଦୟର ପୂର୍ବତନ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଉଚ୍ଚ ପଦ ପଦବିରେ ନିଯୁକ୍ତି ପାଇଥିବା ବେଳେ ଏହାକୁ ନେଇ ନବୋଦୟ ବିଦ୍ୟାଳୟରେ ମଧ୍ୟ ଖୁସୁର ଲହରି ଖେଳିଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଓ ଅନ୍ୟ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଓଇଏସ୍‌‌ ପାଇଥିବା ଦୁଇ ପୂର୍ବତନ ଛାତ୍ରୀଙ୍କ ମଧ୍ୟରୁ ଲୋପମୁଦ୍ରା ୨୦୦୯ ମସିହାରେ ଯୁକ୍ତ ୨ (କଳା)ରେ ପାଶ୍‌‌ କରିଥିବା ବେଳେ ସୁଚିସ୍ମିତା ଯୁକ୍ତ ୨ (ବିଜ୍ଞାନ)ରେ ୨୦୧୪ ମସିହାରେ ନବୋଦୟ ବିଦ୍ୟାଳୟରୁ ପାଶ୍‌‌ ହୋଇଥିଲେ।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories