www.samajalive.in
Monday, December 8, 2025
27.1 C
Bhubaneswar

ନିର୍ଦ୍ଧାରିତ ସମୟର ଦୁଇ ଘଣ୍ଟା ପୂର୍ବରୁ ବନ୍ଦ ହେବ ସନ୍ଧ୍ୟା ଦର୍ଶନ

ପୁରୀ: ଆଗାମୀ ୨୭ ତାରିଖ ମଙ୍ଗଳବାର ନବମୀ ସନ୍ଧ୍ୟା ଦର୍ଶନ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅପରାହ୍ଣ ୫ଟାରୁ ବନ୍ଦ ହେବ। ପରଦିନ ବାହୁଡ଼ା ଯାତ୍ରା ଥିବାରୁ ମହାପ୍ରଭୁଙ୍କୁ ପ୍ରସ୍ତୁତ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ଶ୍ରୀଜୀଉଙ୍କ ନବମୀ ସନ୍ଧ୍ୟା ଦର୍ଶନ ପାଇଁ ପ୍ରତ୍ୟେକ ବର୍ଷ ଭକ୍ତଙ୍କ ପ୍ରବଳ ଭିଡ ହୋଇଥାଏ। ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ଦୁଇ ଘଣ୍ଟା ପୂର୍ବରୁ ସନ୍ଧ୍ୟା ଦର୍ଶନ ବନ୍ଦ ହେବ। ସର୍ବସାଧାରଣ ଦର୍ଶନ ବନ୍ଦ ପରେ ମନ୍ଦିର ଶୋଧ କରାଯିବ। ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ଅନୁଷ୍ଠିତ ହେବ। ରାହାସକୁ ଦିଅଁ ବିଜେ କରିବେ। ମଇଲମ ଓ ଚନ୍ଦନଲାଗି କରାଯିବ। ଏହାପରେ ବଡସିଂହାର ବେଶ, ବଡସିଂହାର ଭୋଗ ଏବଂ ପହୁଡ଼ ଆଳତି କରାଯିବ। ଦଇତାପତି ଶ୍ରୀମୁଖ ଖଣ୍ଡୁଆ ଓ ବାହୁଟକଣ୍ଟ ନୀତି କରିବେ। ଶ୍ରୀଜୀଉଙ୍କ ବାହୁଡା ପହଣ୍ଡି ପାଇଁ ଆଡ଼ପ ମଣ୍ଡପରେ କୋଠ ସୁଆଁଶିଆଙ୍କ ଦ୍ୱାରା ଚାରମାଳ ବନ୍ଧାଯିବ। ବାହୁଡ଼ା ଯାତ୍ରା ନୀତିକାନ୍ତି ସଅଳ କରିବା ପାଇଁ ନିର୍ଦ୍ଧାରିତ ସମୟର ଦୁଇଘଣ୍ଟା ପୂର୍ବରୁ ଶ୍ରୀଜୀଉଙ୍କ ନବମୀ ସନ୍ଧ୍ୟା ଦର୍ଶନ ବନ୍ଦ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories