www.samajalive.in
Saturday, December 6, 2025
26.1 C
Bhubaneswar

‘ଆଖି ଖୋଲି ସ୍ୱପ୍ନ ଦେଖ, ତାକୁ ସାକାର ପାଇଁ ସାଧନା କର’

ଭୁବନେଶ୍ୱର: ଖୋଲା ଆଖିରେ ସ୍ୱପ୍ନ ଦେଖ। ଏଥିସହ ସ୍ୱପ୍ନ ସାକାର କରିବା ପାଇଁ ନିରନ୍ତର ଉଦ୍ୟମ କର। ସାଧନା ଓ ସଂକଳ୍ପ ଫଳରେ ସ୍ୱପ୍ନ ନିଶ୍ଚିତ ସାକାର ହେବ। ଧୀରପାଣି ପଥର କାଟିବା ଭଳି ନିରବଚ୍ଛିନ୍ନ ଚେଷ୍ଟା କେବେ ବ୍ୟର୍ଥ ଯିବନି। ଗଣମାଧ୍ୟମ ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ରଖିବାକୁ ଯାଉଥିବା ‘ସ୍ୱପ୍ନା ଟିଭି’ର ଆଜି ଲୋଗୋ ଉନ୍ମୋଚନ ସମାରୋହରେ ଅତିଥିମାନେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ସାତକଡ଼ି ହୋତା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ‘ସ୍ୱପ୍ନା ଟିଭି’ ପାଇଁ ଶୁଭେଚ୍ଛା ଜଣାଇବା ସହ ଏହା ଲୋକଙ୍କ ସେବାରେ ବ୍ରତୀ ହେଉ ବୋଲି ମତ ଦେଇଥିଲେ।
ଅରୋଶ୍ରୀ ଗ୍ରୁପ୍ ଦ୍ୱାରା ପରିଚାଳିତ ‘ସ୍ୱପ୍ନା ଟିଭି’ର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଅବସରପ୍ରାପ୍ତ ସୂଚନା ସେବା ଅଧିକାରୀ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ବିବେକାନନ୍ଦ ବିଶ୍ୱାଳ କହିଥିଲେ ଯେ ଗଣମାଧ୍ୟମ ଏକ ଦୃଢ଼ ଶକ୍ତି ପ୍ରଦାନ କରିଥାଏ ଏବଂ ଏଥିପାଇଁ ଏଥିପ୍ରତି ସାଧାରଣତଃ ଅନେକଙ୍କ ଅହେତୁକ ଆକର୍ଷଣ ରହିଆସିଛି। ତେବେ ବୈଦ୍ୟୁତିକ ଗଣାମଧ୍ୟମ ତ୍ୱରିତ ବେଗରେ ଲୋକଙ୍କ ପାଖରେ ପହଞ୍ଚି ଥାଏ, ତେଣୁ ତା’ର ଗୁରୁ ଦାୟିତ୍ୱ ମଧ୍ୟ ରହିଥାଏ।
ଅନ୍ୟପକ୍ଷରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରୁ ଆସି ଗଣମାଧ୍ୟମ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିଥିବା ‘ସ୍ୱପ୍ନା ଟିଭି’ର ସଂସ୍ଥାପକ ତଥା ଅରୋଫିନ୍ କର୍ପୋରେସନର ସିଇଓ ମଧୁସୂଦନ ନାୟକଙ୍କୁ ଶ୍ରୀ ବିଶ୍ୱାଳ ଖୁବ୍ ପ୍ରଶଂସା କରିଥିଲେ। ସ୍ୱପ୍ନା ଟିଭିର ମୁଖ୍ୟ ସମ୍ପାଦିକା ସ୍ୱପ୍ନା ନାୟକ ବାସ୍ତବତା ଦିଗରେ ଅଗ୍ରସର ହେଲେ କୌଣସି ସ୍ୱପ୍ନ ସାକାର ହେବା ସହଜ ହୋଇଥାଏ ବୋଲି ମତ ଦେଇଥିଲେ।
ଗଣମାଧ୍ୟମ ମଧ୍ୟରେ ନିଷ୍ଠାପର ଭାବ ନିରନ୍ତର ରହିଲେ ତାହା ସମାଜର ମଙ୍ଗଳ କରିଥାଏ ଏବଂ ନିରପେକ୍ଷତା ଗଣମାଧ୍ୟମର ପ୍ରମୁଖ ଅସ୍ତ୍ର ହେବା ଉଚିତ୍ ବୋଲି ମଧ୍ୟ ସେ କହିଥିଲେ। ସେହିପରି ଅନ୍ୟତମ ସମ୍ମାନିତ ଅତିଥି ତଥା ଅରୋଫିନ୍ କର୍ପୋରେସନ୍ର ସିଇଓ ଶ୍ରୀ ନାୟକ ସ୍ୱପ୍ନା ଟିଭିର ଉନ୍ନତି କାମନା କରିବା ସହ ଜନସେବାରେ ଉତ୍ସର୍ଗ ହେଉ ବୋଲି ପରାମର୍ଶ ଦେଇଥିଲେ। ଅରୋଶ୍ରୀ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ କୁମାର ସ୍ୱାଗତୋକ୍ତି ସହ ଅତିଥି ପରିଚୟ ଦେବା ଅବସରରେ କହିଲେ ଯେ ସାମ୍ପ୍ରତିକ ଗଣମାଧ୍ୟମ ଜଗତରେ ଏକ ବୈପ୍ଳବିକ ଜନଜାଗରଣ ସୃଷ୍ଟି କରିବା ଆମର ମୂଳ ଲକ୍ଷ୍ୟ। ଦୀର୍ଘଦିନର ସ୍ୱପ୍ନ ବାସ୍ତବ ରୂପ ନେବାକୁ ଯାଉଥିବାବେଳେ ସାଧାରଣ ଜନତାଙ୍କ ସ୍ୱର ହେବା ପାଇଁ ସ୍ୱପ୍ନା ଟିଭି ସଂକଳ୍ପବଦ୍ଧ ବୋଲି ସେ ଦୃଢ଼ତା ପ୍ରକାଶ କରିଥିଲେ।
ସୁଲଗ୍ନା ରାଉତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ସମାରୋହରେ ସ୍ୱପ୍ନା ଟିଭି ଏବଂ ଅରୋଶ୍ରୀ ଗ୍ରୁପ୍ର ସଦସ୍ୟଙ୍କ ସମେତ ବହୁ ସାମ୍ବାଦିକ ଓ ଶିକ୍ଷାବିତ୍ ସେମାନଙ୍କ ବହୁମୂଲ୍ୟ ମତ ପ୍ରଦାନ କରିଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories