www.samajalive.in
Wednesday, December 10, 2025
26.1 C
Bhubaneswar

ବେଦାନ୍ତ ମେଡିକାଲ ପରିଦର୍ଶନ କଲେ ନୂତନ ବେଦାନ୍ତ ମୁଖ୍ୟ ପରିଚାଳକ

ଲାଞ୍ଜିଗଡ଼ : ଲାଞ୍ଜିଗଡ ବ୍ଲକ ଏକ ଆଦିବାସି ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଡାକ୍ତରଖାନା ଏହି ଅଞ୍ଚଳ ପାଇଁ ବରଦାନ ସାଜିଛି। ସରକାରୀ ଡାକ୍ତରଖାନା ମାନଙ୍କରେ ଆବଶ୍ୟକତା ଅନୁସାରେ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ହେଉନଥିବାରୁ ଏହି ଅଞ୍ଚଳରେ ଅନେକ ଅସୁବିଧା ଦେଖାଯାଉଥିଲା ହେଲେ ବେଦାନ୍ତ ଡାକ୍ତରଖାନା ହେବା ଦିନ ଠାରୁ ଏକ ପ୍ରକାର ଅଞ୍ଚଳବାସିଙ୍କ ଦୁଃଖ ଦୁର ହୋଇଛି। ଏହି ଡାକ୍ତରଖାନାରେ ବିଭିନ୍ନ ବିଭାଗର ଡାକ୍ତର ରହୁଛନ୍ତି ଓ ଆବଶ୍ୟକତା ଅନୁସାରେ ଯନ୍ତ୍ରପାତି ଓ ଟେକନିସିଆନ ଅଛନ୍ତି। ପ୍ରତ୍ୟେକ ସପ୍ତାହରେ ବିଭିନ୍ନ ବିଭାଗର ଡାକ୍ତରମାନେ ଆସି ମଧ୍ୟ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଯାଇ ସ୍ୱାସ୍ଥ୍ୟ ଶିବିର କରାଯାଇ ମାଗଣାରେ ଔଷଧ ମଧ୍ୟ ବଣ୍ଟନ କରାଯାଉଛି। ସ୍ୱାସ୍ଥ୍ୟ ସେବାକୁ ଆହୁରି କିଭଳି ଉନ୍ନତ କରାଯିବ ଏହି ଦିଗରେ ଡାକ୍ତରଖାନା କର୍ତ୍ତୁପକ୍ଷ ଅହରହ ଚେଷ୍ଟା ଜାରି ରଖିଥିବା ବେଳେ ଆଜି ନୂତନ ଭାବେ ଯୋଗଦେଇଥିବା ବେଦାନ୍ତ କମ୍ପାନୀ ମୁଖ୍ୟ ପରିଚାଳକ ଅନୁରାଗ ତିୱାରୀ ବେଦାନ୍ତ ଡାକ୍ତରଖାନା ପରିଦର୍ଶନ କରିଥିଲେ। ଡାକ୍ତରଖାନାର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ସହିତ ପରିଚୟ ଆଦାନ ପ୍ରଦାନ ହୋଇଥିଲା। ବେଦାନ୍ତ ଡାକ୍ତରଖାନା କର୍ମଚାରୀ ଶ୍ରୀଯୁକ୍ତ ତିୱାରୀଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ। ଶ୍ରୀଯୁକ୍ତ ତିୱାରୀ ସମସ୍ତ ୱାର୍ଡ ପରିଦର୍ଶନ କରି ରୋଗୀ ମାନଙ୍କ ସହିତ ମଧ୍ୟ ସ୍ୱାସ୍ଥ୍ୟ ସେବାକୁ ନେଇ ପଚାରି ବୁଝିଥିଲେ। ଡାକ୍ତରଖାନା ମ୍ୟାନେଜର ଅମର କୁମାର ମହାନ୍ତି ସମସ୍ତ ଡାକ୍ତରଙ୍କ ସହିତ ସାକ୍ଷାତ କରାଇ ଡାକ୍ତରଖାନାର ବିଭିନ୍ନ ଅସୁବିଧାକୁ ନେଇ ଆଲୋଚନା ମଧ୍ୟ କରିଥିଲେ। ଆଜିର ଏହି ପରିଦର୍ଶନରେ ବେଦାନ୍ତ ଅଗ୍ନିଶମ ବିଭାଗ ମୁଖ୍ୟ ଅତିପ ହୁସେନ୍,ବେଦାନ୍ତ ଡାକ୍ତରଖାନା ଡ.ପ୍ରଶାନ୍ତ ପାରମାଣିକ,ଦେବସ୍ମୀତା ଦାସ ଓ ଡାକ୍ତରଖାନ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories