www.samajalive.in
Wednesday, December 10, 2025
26.1 C
Bhubaneswar

ପିଆଜ ଗୋଦାମ ନିର୍ମାଣରେ ଅହେତୁକ ବିଳମ୍ବ

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ଆରଏମସି ପ୍ରାଙ୍ଗଣରେ ନିର୍ମାଣ ହେଉଥିବା ପିଆଜ ଗୋଦାମ ଗତ ୨ ବର୍ଷରୁ ଅଧିକ ବିତିଯାଇଥିଲେ ମଧ୍ୟ ଅସଂପୂର୍ଣ୍ଣ ହୋଇ ପଡିରହିଛି। ପିଆଜ ସଂରକ୍ଷଣ ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଥିବା ଏହି ପିଆଜ ଗୋଦାମର ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତିରେ କାମ ହେଉଥିବା ରୁ ବର୍ଷ ବର୍ଷ ପରେ ମଧ୍ୟ ଅସଂପୂର୍ଣ୍ଣ ହୋଇପଡିରହିଛି। ପିଆଜ ଗୋଦାମ ରେ ବିଛାଯାଉଥିବା ସିମେଣ୍ଟ କଂକ୍ରିଟ ର ଖୁଣ୍ଟ ଅତି ନିମ୍ନ ମାନର ଯୋଗୁଁ ଭାଙ୍ଗିବାକୁ ବସିଲାଣି। ପିଆଜ ଗୋଦାମ ନିର୍ମାଣରେ ବିଲମ୍ବ ଯୋଗୁଁ ଚାଷୀ ଉପକୃତ ପାଇବାରୁ ବଞ୍ଚିତ ହେଉଛନ୍ତି। ବର୍ଷ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇପଡୁଥିଲେ ମଧ୍ୟ ଦାୟିତ୍ୱରେ ରହିଥିବା ଅଧିକାରୀଙ୍କ ଦୃଷ୍ଟି ନ ପଡିବା ଅତ୍ୟନ୍ତ ପରିତାପର ବିଷୟ। ସୂଚନା ଫଳକ ଲାଗି ନଥିବାରୁ କେତେ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଛି ତାହା ବି ସୂଚନା ମିଳିପାରିନାହିଁ। ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ପିଆଜ ଗୋଦାମ ନିର୍ମାଣ ରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ ହୋଇପାରିନଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅଧପନ୍ତରିଆ ହୋଇ ପଡିରହିଥିବା ପିଆଜ ଗୋଦାମ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହେଉଛି।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories