ମୁମ୍ବଇ : ବାହୁବଳୀ ଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ନୂଆ ପୋଷ୍ଟର ମଙ୍ଗଳବାର ରିଲିଜ୍ ହୋଇଛି। ନିଜେ ପ୍ରଭାସ ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରିଛନ୍ତି। ଏହି ଆକ୍ସନ-ଥ୍ରୀଲର ଚଳଚ୍ଚିତ୍ରର ନୂଆ ପୋଷ୍ଟରରେ ପ୍ରଭାସଙ୍କ ତୀବ୍ର ରୂପ ଦେଖିବାକୁ ମିଳିଛି। ପୋଷ୍ଟର ସାମ୍ନାକୁ ଆସିବା ପରେ ପ୍ରଭାସଙ୍କ ପ୍ରଶଂସକମାନେ ଖୁବ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ତାଙ୍କ ଲୁକ୍ ର ଜବରଦସ୍ତ ପ୍ରଶଂସା ମଧ୍ୟ କରାଯାଉଛି। ଏହା ପୂର୍ବରୁ ‘ସାହୋ’ର ପୋଷ୍ଟର ଓ ଟିଜରକୁ ମଧ୍ୟ ଲୋକେ ଖୁବ୍ ପସନ୍ଦ କରିଥିଲେ। ଏଥିରେ ଶ୍ରଦ୍ଧା କପୁର ପ୍ରଭାସଙ୍କ ବିପକ୍ଷ ନାୟିକା ଭାବେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସୁଜୀତ ବହନ କରିଛନ୍ତିି। ‘ସାହୋ’ ଚଳିତ ବର୍ଷ ୧୫ ଅଗଷ୍ଟରେ ପରଦାକୁ ଆସିବ। ଏହାକୁ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରାଯିବ।
Popular Categories



