www.samajalive.in
Monday, December 8, 2025
14.1 C
Bhubaneswar

ସଂସ୍କାର ମାଧ୍ୟମରେ ଶ୍ରମିକମାନେ ଆତ୍ମନିର୍ଭର ହୋଇପାରିବେ – ସନ୍ତୋଷ ଗଙ୍ଗୱାର

ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି ନୂତନ କୃଷି ଆଇନ୍‍ କୃଷକଙ୍କର ସର୍ବାଧିକ ଉନ୍ନତି ଲାଗି ଉଦ୍ଦିଷ୍ଟ। ପିଏଚ୍‍ଡି ଚାମ୍ବର ଅଫ୍‍ କମର୍ସ ଦ୍ୱାରା ଆୟୋଜିତ ଏକ ଜାତୀୟ ସମ୍ମିଳନୀରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗଙ୍ଗୱାର କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ଚାଷୀମାନେ ଯେଭଳି ନିଜର ଉତ୍ପାଦ ସୁବିଧାରେ ଓ ସୁଲଭ ଦରରେ ବିକ୍ରି କରିପାରିବେ ସେଥିଲାଗି ଏହି ନୂତନ ଆଇନରେ ସେମାନଙ୍କୁ ସ୍ୱାଧୀନତା ପ୍ରଦାନ କରାଯାଇଛି। ଏଣିକି ଚାଷୀମାନେ ନିଜ ରାଜ୍ୟ ଛଡା ବାହାର ରାଜ୍ୟରେ ମଧ୍ୟ ସୁଲଭ ଦରରେ ନିଜର ଉତ୍ପାଦ ବିକ୍ରି କରିପାରିବେ।

ଏହି ନୂତନ ଆଇନ୍‍ ବଳରେ ଭବିଷ୍ୟତରେ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପ୍ରକ୍ରିୟା ଉଚ୍ଛେଦ ହୋଇଯିବା ଆଶଙ୍କାକୁ ଶ୍ରୀ ଗଙ୍ଗୱାର ଖଣ୍ଡନ କରିଛନ୍ତି। ସେ କହିଛନ୍ତି ୟୁପିଏ ସରକାରଙ୍କ ସମୟ ସହିତ ତୁଳନା କଲେ ବର୍ତ୍ତମାନର ସରକାର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ରମଶଃ ବୃଦ୍ଧି କରିବାରେ ଲାଗିଛନ୍ତି। କୃଷକଙ୍କ କଲ୍ୟାଣ ଲାଗି ଏନ୍‍ଡିଏ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀ ଗଙ୍ଗୱାର ଆଲୋକପାତ କରି କହିଛନ୍ତି ଗତ ୨୦୦୯-୧୦ ଆର୍ଥିକ ବର୍ଷରେ ୟୁ ିଏ ସରକାରଙ୍କ ଅମଳରେ କୃଷି ଲାଗି ୧୨ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଉଥିବାବେଳେ ବର୍ତ୍ତମାନର ସରକାରଙ୍କ ଅମଳରେ ଏହା ୧୧ଗୁଣ ବୃଦ୍ଧି ପାଇ ୧ ଦଶମିକ ୩/୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

- Advertisement -

ଶ୍ରୀ ଗଙ୍ଗୱାର କହିଛନ୍ତି ଶ୍ରମ ସଂସ୍କାର ଆଇନ୍‍ ମଧ୍ୟ ଶ୍ରମିକମାନଙ୍କର ସର୍ବବିଧ କଲ୍ୟାଣ ଲାଗି ଉଦ୍ଦିଷ୍ଟ। ଏହି ସଂସ୍କାର ମାଧ୍ୟମରେ ଶ୍ରମିକମାନେ ଭବିଷ୍ୟତରେ ଆତ୍ମନିର୍ଭର ହୋଇପାରିବେ। ତେବେ ଭାରତର ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ହାସଲ ଦିଗରେ ସରକାରଙ୍କ ସହିତ ପୂର୍ଣ୍ଣମାତ୍ରାରେ ସହଯୋଗ କରିବାକୁ ଶ୍ରୀ ଗଙ୍ଗୱାର ଶିଳ୍ପୋଦ୍ୟୋଗୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଗତ ୭୩ବର୍ଷ ମଧ୍ୟରେ ପ୍ରଥମଥର ଲାଗି ଦେଶରେ ଏକ ସ୍ୱଚ୍ଛ ଓ ପ୍ରକୃତ ଶ୍ରମିକ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି ବୋଲି ଶ୍ରୀ ଗଙ୍ଗୱାର ମତବ୍ୟକ୍ତ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories