www.samajalive.in
Saturday, December 6, 2025
19.1 C
Bhubaneswar

କାର୍ଯ୍ୟରେ ଯୋଗଦେଲେ କଟକ ଜିଲ୍ଲା ନୂତନ ଶିକ୍ଷା ଅଧିକାରୀ

କଟକ : କଟକ ଜିଲ୍ଲା ଶିକ୍ଷା ବିଭାଗରେ ନୂତନ ଅଧିକାରୀମାନେ ମଙ୍ଗଳବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ନିକଟରେ ଓଡ଼ିଶା ଶିକ୍ଷା ସେବା ଅଧିକାରୀମାନଙ୍କର ପଦୋନ୍ନତି ଓ ସ୍ଥାନାନ୍ତର ପରେ ଆଜି ଏହି ଅଧିକାରୀମାନେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
ଓଡ଼ିଶା ଶିକ୍ଷାସେବାର ବରିଷ୍ଠ ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଏହି ଅବସରରେ ତାଙ୍କୁ ବିଭିନ୍ନ ଅଧିକାରୀ ଓ କାର୍ମଚାରୀମାନଙ୍କ ପକ୍ଷରୁ କୋଭିଡ଼ କଟକଣା ମଧ୍ୟରେ ସ୍ୱାଗତ କରାଯାଇଥିଲା।
ଅନ୍ୟ ପକ୍ଷରେ ଡକ୍ଟର ସନ୍ତୋଷ କୁମାର ରାଉତ, ସୋନାମିକା ରାୟ ଓ ଦିପ୍ତୀମୟୀ ଶୁଭଦର୍ଶିନୀ ସହକାରୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀମତୀ ଶୁଭଦର୍ଶିନୀ କଟକ ସଦର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଡକ୍ଟର ରାଉତ ଭୁବନେଶ୍ୱରର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଏବଂ ଶ୍ରୀମତୀ ରାୟ ଭୁବନେଶ୍ୱର ୟୁନିଟ-୩ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏହି ଅଧିକାରୀମାନଙ୍କ ଯୋଗଦାନ ଫଳରେ କଟକ ଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହେବା ଆଶା କରାଯାଉଛି।ଅନ୍ୟ ପକ୍ଷରେ କଟକ ସଦରର ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ସାହୁ ଭାରପ୍ରାପ୍ତ କଟକ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁଷ୍ପାଞ୍ଜଳୀ କର, ଅନନ୍ତ ଚରଣ ଦେହୁରୀ ଓ ସରୋଜିନୀ ମିଶ୍ରଙ୍କ ସମେତ ସିଆରସିସିମାନେ ଯୋଗ ଦେଇଥିଲେ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories