www.samajalive.in
Saturday, December 6, 2025
26.1 C
Bhubaneswar

ଦିଲ୍ଲୀରେ ଡ଼ାକ୍ତର ଚଳାଉଥିଲେ ଜାଲ କରୋନା ରିପୋର୍ଟ ପ୍ରସ୍ତୁତ ରାକେଟ; ୩ ଗିରଫ

ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣର ଦିନକୁ ଦିନ ବୃଦ୍ଧି ଘଟୁଥିବା ବେଳେ ଦିଲ୍ଲୀ ପୁଲିସ କରୋନା ବିଷୟରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି। କରୋନା ପରୀକ୍ଷାର ନକଲି ରିପୋର୍ଟ ପ୍ରସ୍ତୁତ ଏକ ଗ୍ୟାଙ୍ଗକୁ ଦିଲ୍ଲୀ ପୁଲିସ ପର୍ଦ୍ଦାଫାସ କରିଛି। ଏହି ମାମଲାରେ ପୁଲିସ ଜଣେ ଡାକ୍ତରଙ୍କ ସତେତ ୩ ଜଣଙ୍କୁ ଗିରଫ କରିଛି। ଡାକ୍ତର ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀ କରୋନାର ସଂକ୍ରମଣର ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରୁଥିଲେ। ଗିରଫ ଡାକ୍ତରଙ୍କ ନାମ କୁଶ ପରାଶର ଏବଂ ସେ ରୁଷ୍‌ ରୁ ମେଡିକାଲ ଅଧ୍ୟୟନ କରିଥିବା ଦାବି କରିଛନ୍ତି।

ପୁଲିସର ସୂଚନାନୁସାରେ, କୁଶ ପରଶର ଏପର୍ଯ୍ୟନ୍ତ ୪ଟି ନାମୀଦାମୀ ଲ୍ୟାବ୍‌ ରୁ ୭୫ଟି ନକଲି କୋଭିଡ-୧୯ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ଗ୍ୟାଙ୍ଗ ବିରୋଧରେ ଦକ୍ଷିଣ ଦିଲ୍ଲୀର ହାଉଜ ଖାସ୍ ଥାନାରେ ଅଭିଯୋଗ ହୋଇଥିଲା। ଏହା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ପୁଲିସର ପଚରାଉଚରା ବେଳେ ଅଭିଯୁକ୍ତ ଡାକ୍ତର କୁଶ ପରଶର ଏହାକୁ ସ୍ବୀକାର କରିଛନ୍ତି। ପ୍ରତ୍ୟେକ ରିପୋର୍ଟ ପାଇଁ ୨୪୦୦ ଟଙ୍କା ଆଦାୟ କରୁଥିଲେ। ପଜିଟିଭ୍ ବା ନେଗେଟିଭ୍ ଯାଞ୍ଚ ନ କରି, ଲକ୍ଷଣ ଦେଖି ସେ ରିପୋର୍ଟ ଦେଉଥିଲେ ଅଭିଯୁକ୍ତ ଡାକ୍ତର ପୁଲିସକୁ ବୟାନ ଦେଇଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories