www.samajalive.in
Saturday, December 6, 2025
26.1 C
Bhubaneswar

ଗାଡ଼ି ଲୁଟିବା ପାଇଁ ଗାଡ଼ିଚାଳକଙ୍କୁ ହତ୍ୟା ଘଟଣା; ସହାୟତାର ହାତ ବଢାଇଲା ମଟର ଚାଳକ ସଂଘ

ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲି ଥାନା ଅନ୍ତର୍ଗତ କଇଁଛର ପଞ୍ଚାୟତର ତାଲିକଥା ଗ୍ରାମର ଗାଡ଼ିଚାଳକ ଲକ୍ଷ୍ମୀ ନାରାୟଣ ସାହୁ ଗତ ୨୦ ତାରିଖରେ ଭଡ଼ାରେ ଯାଇଥିବା ବେଳେ କେତେକ ବ୍ୟକ୍ତି ଗାଡ଼ିଲୁଟିବା ପାଇଁ ଲକ୍ଷ୍ମୀ ନାରାୟଣକୁ ହତ୍ୟାକରି ସଦରଥାନା ଅନ୍ତର୍ଗତ ମଜରୁବିଡ଼ା ଠାରେ ଫୋପାଡ଼ି ଦେଇଥିଲେ। ପରବର୍ତ୍ତି ସମୟରେ ଟିକାବାଲି ପୁଲିସ୍‍ ଏହି ଘଟଣାରେ ଜଣକୁ ଗିରଫ କରିବା ସହିତ ଲୁଟ୍‍ ଗାଡ଼ିକୁ ମଧ୍ୟ ଜବତ କରିଛି। ତେବେ ଜଣେ ଗାଡ଼ି ଚାଳକଙ୍କ ଏଭଳି ଜଘନ୍ୟଭାବେ ହତ୍ୟା କରାଯିବାକୁ ଓଡ଼ିଶା ମଟର ଚାଳକ ସଂଘ କନ୍ଧମାଳ ଶାଖା ପକ୍ଷରୁ ନିନ୍ଦା କରାଯାଇଛି। ଆଜି ଚାଳକ ସଂଘର କର୍ମକର୍ତ୍ତାମାନେ ମୃତ ଗାଡ଼ି ଚାଳକଙ୍କ ଘରେ ପହଞ୍ଚି ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥି ସହିତ ରେସନ ସାମଗ୍ରୀ ମଧ୍ୟ ପ୍ରଦାନ କରିଥିବାର ଜଣାଯାଇଛି।

ଜିଲା ସଂଘର ସଭାପତି ବାସବ କହଁରଙ୍କ ନେତୃତ୍ୱରେ ଉପସଭାପତି ଅନନ୍ତ କୁମାର ମାଝୀ, ବାଲିଗୁଡ଼ା ଶାଖା ସଭାପତି ଅଭିରାମ ଦିଗାଲ, ଟିକାବାଲି ଶାଖା ସଭାପତି ରମାକାନ୍ତ ବିଶୋୟୀ, ସଂପଦାକ ଶ୍ରୀକାନ୍ତ ଭୋଇ, ଲାଲାଟ ଭୋଇ, କ.ନୂଆଗାଁ ବ୍ଳକ ଉପସଭାପତି ମଦନ ମୋହନ ପ୍ରଧାନ, ରାଇକିଆ ସଭାପତି ପ୍ରମୋଦ ପ୍ରଧାନଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ପହଞ୍ଚି ଏହି ଆର୍ଥିକ ରାଶି ଓ ରାସନ ସାମଗ୍ରୀ ପ୍ରଦାନ କରିଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ସହାୟତା କରିବା ପାଇଁ ଦାବି କରିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories