www.samajalive.in
Saturday, December 6, 2025
26.1 C
Bhubaneswar

ଯିଏ ଯେଉଁଠି ଅଛ ସେଇଠି ରୁହ: ଭାରତୀୟ ଦୂତାବାସ

ନୂଆଦିଲ୍ଲୀ: ରୁଷ୍‌ର ଆକ୍ରମଣ ପରେ ୟୁକ୍ରେନରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଇତି ମଧ୍ୟରେ ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ପରାମର୍ଶ ଦେଇଛି କିଭ୍‌ ସ୍ଥିତ ଭାରତୀୟ ଦୂତାବାସ। ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ଅନିଶ୍ଚିତତାପୂର୍ଣ୍ଣ।  ଶାନ୍ତ ଓ ସୁରକ୍ଷିତ ରୁହନ୍ତୁ। ଘର, ହଷ୍ଟେଲ, ଅସ୍ଥାୟୀ ଶିବିର ଯିଏ ଯେଉଁଠି ଅଛନ୍ତି ସେଇଠି ରୁହନ୍ତୁ ବୋଲି କହିଛି ଦୂତାବାସ। ଦୂତାବାସ କହିଛି, କିଭ୍‌ ଅଭିମୁଖେ ଆସୁଥିବା ଲୋକ ସାମୟିକ ଭାବେ ନିଜ ନିଜ ସହରକୁ ଫେରି ଯାଆନ୍ତୁ ବୋଲି ପରାମର୍ଶ ଦିଆଯାଇଛି। ଆଗକୁ ଅପଡେଟ୍‌ ପାଇଁ ପୁଣି ନିର୍ଦେଶନାମା ଜାରି କରାଯିବ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।

ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସ ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ ଭାରତ ଫେରିଆସିବାକୁ ବାରମ୍ବାର ନିବେଦନ କରିଥିଲା। ୟୁକ୍ରେନ ସ୍ଥିତି ଦେଖି ଦୂତାବାସ ଏପର୍ଯ୍ୟନ୍ତ ଅନେକ ପରାମର୍ଶ ଜାରି କରିସାରିଛି। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଅନେକ ଭାରତୀୟଙ୍କୁ ସ୍ବଦେଶ ଅଣାଯାଇଛି, କିନ୍ତୁ ଆହୁରି ଅନେକ ଭାରତୀୟ ଏବେ ୟୁକ୍ରେନରେ ଅଛନ୍ତି। ୟୁକ୍ରେନରେ ପ୍ରାୟ ୨୦ ହଜାର ଭାରତୀୟ ବିଦାର୍ଥୀ ଥିବା କୁହାଯାଉଛି।

- Advertisement -

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories