www.samajalive.in
Saturday, December 6, 2025
26.1 C
Bhubaneswar

ଓଡ଼ିଶାରୁ ୬୫୯୯ ନୂଆ କରୋନା ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୯୫୮

ଭୁବନେଶ୍ୱର: ଗତକାଲି ଗୋଟିଏ ଦିନରେ ଓଡ଼ିଶାରେ ୬୫୯୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୯୫୮ ଜଣ ସଂକ୍ରମିତ ଖୋର୍ଦ୍ଧା ଜିଲାରୁ ରହିଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୩୮୨୭ ଏବଂ ସ୍ଥାନୀୟ ସଂକ୍ରମିତ ୨୭୭୨ ଜଣ ରହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନଗୁଳରୁ ୧୮୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ବାଲେଶ୍ୱର ୧୩୭, ବରଗଡ ୨୦୩, ବଲାଙ୍ଗୀର ୯୮, ବଉଦରୁ ୭୦ ଜଣ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମଣରେ କଟକ ଚିନ୍ତା ବଢାଇବାରେ ଲାଗିଛି। ଏହି ଜିଲାରେ ନୂଆ ସଂକ୍ରମଣ ସଂଖ୍ୟା ଗତ କିଛିଦିନ ଧରି ୩୦୦ରୁ ଅଧିକ ରହୁଥିବାବେଳେ ଗତକାଲି ୫୦୦ ନିକଟବର୍ତ୍ତୀ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କଟକରେ ୪୮୮ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ଦେବଗଡ ୩୮, ଢେଙ୍କାନାଳ ୨୦, ଗଜପତି ୮୧, ଗଞ୍ଜାମ ୩୨୩, ଜଗତସିଂହପୁର ୯୩, ଯାଜପୁର ୨୩୭, ଝାରସୁଗୁଡା ୪୩୬, କଳାହାଣ୍ଡିରୁ ୫୨୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ କନ୍ଧମାଳରୁ ୩୫, କେନ୍ଦ୍ରାପଡା ୩୮, କେନ୍ଦୁଝର ୧୬୬, କୋରାପୁଟ ୬୯, ମାଲକାନଗିରି ୨୨, ମୟୁରଭଞ୍ଜ ୧୮୦, ନବରଙ୍ଗପୁର ୨୨୧, ନୟାଗଡ ୯୧, ନୂଆପଡା ୫୫୧, ପୁରୀ ୧୪୫, ରାୟଗଡା ୧୧୭, ସମ୍ବଲପୁର ୨୨୬, ସୋନପୁର ୧୨୯, ସୁନ୍ଦରଗଡ ୪୩୪ ଏବଂ ଷ୍ଟେଟ ପୁଲରୁ ୨୦୧ ଜଣ ଚିହ୍ନଟ ହୋଇଛନ୍ତି।

- Advertisement -

ରାଜ୍ୟରେ ଗୋଟିଏ ଦିନରେ ୩୪୬୪ ଜଣ କରୋନା ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି। ଓଡ଼ିଶାରେ ମୋଟ ୯୯୧୭୮୯୪ ନମୁନା ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ମୋଟ ୪୧୪୦୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୬୨୯୩୧ ଜଣ ସୁସ୍ଥ ହୋଇସାରିଛନ୍ତି। ଫଳରେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୯୦୭୫ ରହିଛି।

Hot this week

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

Related Articles

Popular Categories