ଏହି ଦିଗରେ ଭୁଲ୍ରେ ମଧ୍ୟ ରଖନ୍ତୁ ନାହିଁ ଝାଡୁ..
ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଝାଡୁ ରଖିବା ସମୟରେ କିଛି ଜିନିଷ ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ। ଝାଡୁ ସହ ଜଡିତ ଗୋଟିଏ ଭୁଲ୍ ମଧ୍ୟ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ସୁଖଶାନ୍ତି ମଧ୍ୟ ଜୀବନରୁ ଦୂର ହୋଇଯାଏ।
ବାସ୍ତ ଅନୁଯାୟୀ, ଘରେ ଝାଡୁ କରିବା ପରେ ଝାଡୁକୁ ସଠିକ୍ ଦିଗରେ ରଖିବା ଜରୁରୀ। ଝାଡୁକୁ କଦାପି ଘରର ଉତ୍ତର-ପୂର୍ବ ଦିଗ ଐଶାନ୍ୟ କୋଣରେ ରଖନ୍ତୁ ନାହିଁ। ଉତ୍ତର-ପୂର୍ବ ଦିଗ ଐଶାନ୍ୟ କୋଣରେ ଦେବୀ-ଦେବତାଙ୍କ ଦିଗ ବୋଲି ମାନ୍ୟତା ରହିଛି।
ଏହି ଦିଗରେ ଝାଡୁ ରଖିବା ଦ୍ୱାରା ଦେବୀ-ଦେବତାଙ୍କ ଆଗମନ ହୋଇନଥାଏ ବୋଲି କୁହାଯାଏ।
ଝାଡୁକୁ ସର୍ବଦା ଘରର ଦକ୍ଷିଣ କିମ୍ବା ପଶ୍ଚିମ-ଦକ୍ଷିଣ ଦିଗରେ ରଖିବା ଉଚିତ୍।
ଏପ୍ରିଲ ୬ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ; ଏହି ରାଶିର ଚମକିବ ଭାଗ୍ୟ, ହେବ ଧନ ବର୍ଷା..
ଏହି ଦିଗରେ ଝାଡୁ ରଖିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇ ଧନ ବୃଦ୍ଧି ହୋଇଥାଏ। ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ମିଳିଥାଏ।
ଝାଡୁ କିଣିବା ପାଇଁ ମଙ୍ଗଳବାର ଓ ଶନିବାର ଦିନ ଖୁବ ଶୁଭ। ଏହାଦ୍ୱାରା ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ଶୁଭ ପରିବର୍ତ୍ତନ ହୋଇଥାଏ। ଘରେ ସମ୍ପନତା ଆସିଥାଏ। ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ଝାଡୁକୁ ସର୍ବଦା ଏପରି ସ୍ଥାନରେ ରଖନ୍ତୁ,ଯେପରି ଏହା ଉପରେ କାହାରି ନଜର ପଡିବ ନାହିଁ। ଝାଡୁକୁ ଭୁଲରେ ମଧ୍ୟ ଖଟ ତଳେ ରଖନ୍ତୁ ନାହିଁ।
Comments are closed.