www.samajalive.in
Monday, December 8, 2025
17.1 C
Bhubaneswar

ମାଗଣା ବିଜୁଳି ପାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ କେମିତି..

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପିଏମ୍‌‌ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା (PM surya ghar muft bijili  yojana) ଅନୁଯାୟୀ, ୩୦୦ ୟୁନିଟ୍‌‌ ମାଗଣା ବିଜୁଳିର ଲାଭ ଦେବାକୁ ଏହା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁସାରେ ଭାରତୀୟ ନାଗରିକ ଏହାର ଲାଭ ପାଇ ପାରିବେ। ମାତ୍ର ଆବେଦନକାରୀଙ୍କ ଘରର ଛାତ ଉପରେ ସୋଲାର୍‌‌ ପ୍ୟାନେଲ୍‌‌ ଲଗାଇବାକୁ ପର୍ଯ୍ୟପ୍ତ ସ୍ଥାନ ଥିବା ଆବଶ୍ୟକ। ପିଏମ୍‌‌ ସୂର୍ଯ୍ୟ ଘର ଯୋଜନା ଅନୁଯାୟୀ, ସରକାର ସବ୍‌‌ସିଡି ମଧ୍ୟ ପ୍ରଦାନ କରୁଛନ୍ତି। ଏଥିପାଇଁ ପ୍ରଥମେ ସୋଲାର୍‌‌ ରୁଫ୍‌‌ଟଫ୍‌‌ ଲଗାଇବା ଜରୁରୀ। କିଲୋୱାଟ୍‌‌ ଉପରେ, ସୋଲାର ରୁଫ୍‌‌ଟପ୍‌‌ ଲଗାଇବା ପାଇଁ କେତେ ଖର୍ଚ୍ଚ ହେବ ତାହା ଉପରେ ଆଧାରିତ ଥାଏ। ଏହାକୁ ଭିତ୍ତି କରି ହିଁ ସରକାର ପକ୍ଷରୁ ସବସିଡି ମିଳିବ। ଏହି ଯୋଜନା ଅନୁସାରେ ୩୦୦୦୦ ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ।

ଖରା ପାଇଁ ପ୍ରଭୁ ରାମଲାଲାଙ୍କୁ ସୁନାପାତ୍ରରେ ଲଗା ଯାଉଛି ଏହି ଭୋଗ..

- Advertisement -

ସରକାରଙ୍କ ଏହି ଯୋଜନାର ଲାଭ ଉଠାଇବା ପାଇଁ ଇଚ୍ଛୁକ ଥିଲେ, ମାତ୍ର ସୋଲାର୍‌‌ ରୁଫ୍‌‌ଟପ୍‌‌ ଲଗାଇବାକୁ ଟଙ୍କା ନଥିଲେ ଏସବିଆଇ ଏହି ଯୋଜନା ପାଇଁ ଲୋନ୍‌‌ ଦେବା ଆରମ୍ଭ କରିଛି। ଏଥିପାଇଁ ଆପଣ ବ୍ୟାଙ୍କରୁ ଲୋନ୍‌‌ ନେଇ ପାରିବେ। ଜାଣନ୍ତୁ କାହାକୁ ମିଳିବ ଲୋନ୍‌‌, ଦେବାକୁ ପଡିବ କେତେ ସୁଧ..

୩ କିଲୋୱାଟ୍‌‌ କ୍ଷମତା ବିଶିଷ୍ଟ ସୋଲାର ରୁଫ୍‌‌ଟପ୍‌‌ ଲଗାଇବା ପାଇଁ କୌଣସି ରୋଜଗାର ଜନିତ ତଥ୍ୟ ଦେବାର ଆବଶ୍ୟକତା ନାହିଁ। ମାତ୍ର ୩ କିଲୋୱାଟ୍‌‌ରୁ ଅଧିକ ଓ ୧୦ କିଲୋୱାଟ୍‌‌ ପର୍ଯ୍ୟନ୍ତ କ୍ଷମତା ପାଇଁ ଲୋନ୍‌‌ ନେବାକୁ ପ୍ରାୟ ୩ ଲକ୍ଷ ଟଙ୍କା କିମ୍ବା ଏହା ଠାରୁ ଅଧିକ ହେବା ଆବଶ୍ୟକ।

ରାହୁ-କେତୁ,ଶନି ଦଶାରୁ ମୁକ୍ତି ଦିଏ ଏହି ରୁଦ୍ରାକ୍ଷ : ଏମିତି କରନ୍ତୁ ଧାରଣ..

୩ କିଲୋୱାଟ୍‌‌ କ୍ଷମତା ବିଶିଷ୍ଟ ସୋଲାର୍‌‌ ରୁଫ୍‌‌ଟପ୍‌‌ ଲଗାଇବା ପାଇଁ ୨,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲୋନ୍‌‌ ମିଳି ପାରିବ। ଏହାର ସୁଧହାର ୭ ପ୍ରତିଶତ ବର୍ଷକୁ ରହିବ। ମାତ୍ର ୩ କିଲୋୱାଟ୍‌‌ରୁ ଅଧିକ ଓ ୧୦ କିଲୋୱାଟ୍‌‌ରୁ ପର୍ଯ୍ୟନ୍ତ କ୍ଷମତା ପାଇଁ ୬ ଲକ୍ଷ ଟଙ୍କା ଲୋନ୍‌‌ ନିଆଯାଇ ପାରିବ। ଯାହାର ସୁଧ ହାର ୧୦.୧୫% ବର୍ଷକୁ ହେବ। ଏହି ଲୋନ୍‌‌କୁ ୬୫ ରୁ ୭୦ ବର୍ଷ ବୟସ୍କ ବ୍ୟକ୍ତି ମଧ୍ୟ ନେଇ ପାରିବେ। ଏଥିପାଇଁ କୌଣସି ପ୍ରୋସେସିଙ୍ଗ୍‌‌ ଫିସ୍‌‌ ଦେବାକୁ ପଡିବ ନାହିଁ।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories