www.samajalive.in
Tuesday, November 18, 2025
16.1 C
Bhubaneswar

ସ୍ଥଗିତ ହେବନି ନିଟ୍‌ ପିଜି-୨୦୨୩ ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ନିଟ୍‌ ପିଜି ୨୦୨୩ ପରୀକ୍ଷା ସ୍ଥଗିତ ଦାବିରେ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ମନା କରିଦେଇଛନ୍ତି। ଆବେଦନକାରୀମାନେ ମାର୍ଚ୍ଚ ୫ରେ ହେବାକୁ ଥିବା ନିଟ୍‌ ପିଜି ୨୦୨୩ ପରୀକ୍ଷାକୁ ସ୍ଥଗିତ ରଖିବାକୁ କୋର୍ଟରେ ଦାବି ଉପସ୍ଥାପନ କରିଥିଲେ। ଛାତ୍ରମାନେ ଯୁକ୍ତି ବାଢିଥିଲେ ଯେ, ଏଥର ନିଟ୍‌ ପିଜି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ମିଳିନାହିଁ।

ନିକଟରେ ନିଟ୍‌ ପିଜିର ଇଣ୍ଟର୍ନସିପ୍ କଟ୍ ଅଫ୍ ତାରିଖ ବୃଦ୍ଧି କରିଥିଲା ​​କେନ୍ଦ୍ର। ଗତ ଶୁଣାଣି ସମୟରେ ଏନ୍‌ବିଇ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଥିଲେ ଯେ, ନିଟ୍‌ ପିଜି ପାଇଁ ୨.୦୯ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି ଏବଂ ଯଦି ପରୀକ୍ଷା ସ୍ଥଗିତ ରଖାଯାଏ, ତେବେ ନିକଟ ଭବିଷ୍ୟତରେ ପରୀକ୍ଷା ଆୟୋଜନ ପାଇଁ ତାରିଖ ଉପଲବ୍ଧ ହୋଇନପାରେ।

- Advertisement -

ସୁପ୍ରିମକୋର୍ଟର ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ ଦୀପାଙ୍କର ଦତ୍ତାଙ୍କ ଏକ ବେଞ୍ଚ୍ ପ୍ରାର୍ଥୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ବିଚାର କରିବାକୁ ମନା କରି ଦେଇଛନ୍ତି। ଏହି ପରୀକ୍ଷା ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ସୁପ୍ରିମକୋର୍ଟ ନିଟ୍‌ ପିଜି ୨୦୨୩ ପରୀକ୍ଷାକୁ ତିନିମାସ ସ୍ଥଗିତ ରଖିବାକୁ ମନା କରିଦେଇଥିବାରୁ ଏବେ ଧାର୍ଯ୍ୟ ତାରିଖରେ ହିଁ ପରୀକ୍ଷା ଅନୁଷ୍ଠିତ ହେବ।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories