ନିଟ୍‌‌-ୟୁଜି ପ୍ରଶ୍ନପତ୍ର ଲିକ୍‌‌ ମାମଲା; ଭୁବନେଶ୍ୱରରୁ ଜଣେ ଗିରଫ

ଭୁବନେଶ୍ୱର: ନିଟ୍‌‌-ୟୁଜି ପ୍ରଶ୍ନପତ୍ର ଲିକ୍‌‌ ମାମଲାରେ ଓଡ଼ିଶାରୁ ଜଣେ ଅଭିଯୁକ୍ତ ଗିରଫ। ଭୁବନେଶ୍ୱରରୁ ଆଉ ଜଣେ ଅଭିଯୁକ୍ତଙ୍କୁ ସିବିଆଇ ଆଜି ଗିରଫ କରିଛି। ତାଙ୍କ ନାମ ସୁଶାନ୍ତ ରାଉତ ବୋଲି ସୂଚନା ମିଳିଛି। ପ୍ରଶ୍ନପତ୍ର ଲିକ୍‌‌ କରି ବାଣ୍ଟିବାରେ ସୁଶାନ୍ତଙ୍କ ଭୂମିକା ରହିଥିବା ପ୍ରମାଣ ପାଇଛି ସିବିଆଇ। ଭୁବନେଶ୍ୱରରୁ ଗିରଫ ହେବା ପରେ ସୁଶାନ୍ତଙ୍କ ପାଟନା ନେଇ କୋର୍ଟରେ ହାଜର କରାଯାଇଛି। ସିିବିଆଇ ୧୦ଦିନିଆ ରିମାଣ୍ଡ ଆବେଦନ କରିଥିବା ବେଳେ କୋର୍ଟ ୫ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

 

Comments are closed.