www.samajalive.in
Sunday, December 14, 2025
14.1 C
Bhubaneswar

ଇତିହାସ ରଚିଲେ ନୀରଜ ଚୋପ୍ରା, ୯୦.୨୩ ମିଟର ଦୂରକୁ ଜାଭେଲିନ ଫିଙ୍ଗି କଲେ ନୂଆ ରେକର୍ଡ

ଦୋହା: ଜାଭେଲିନ ଥ୍ରୋରେ ଇତିହାସ ରଚିଲେ ନୀରଜ ଚୋପ୍ରା। ଦୋହା ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ରେକର୍ଡ ସୃଷ୍ଟି କରିଛନ୍ତି। ନୀରଜ ଚୋପ୍ରା ୯୦.୨୩ ମିଟର ଦୂରକୁ ଜାଭେଲିନ ଫିଙ୍ଗି ନୂଆ ରେକର୍ଡ କରିଛନ୍ତି।ଦୋହାରେ ଜାଭେଲିନ୍ ଫାଇନାଲ୍ ସମୟରେ ନୀରଜଙ୍କ ତୃତୀୟ ପ୍ରୟାସ ସମୟରେ ଆସିଥିବା ୯୦.୨୩ ମିଟର ଦୂରତ୍ବକୁ ଅତିକ୍ରମ କରିଥିଲେ, ଯାହା ଭାରତର ଜାତୀୟ ରେକର୍ଡ ବୋଲି ଜଣାପଡ଼ିଛି।

ଭାରତୀୟ ଭେଲିନର ସୁନା ପୁଅ ତଥା ଦୁଇଟି ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରା ଇତିହାସରଚିଛନ୍ତି। କ୍ୟାରିୟରରେ ପ୍ରଥମ ଥର ପାଇଁ ନୀରଜ ରଜ ୯୦ ମିଟର ଦୂରତ୍ବକୁ ଅତିକ୍ରମ କରିବା ସହ ଦୋହା ଡାଏମ ଏମଣ୍ଡ ଲିଗ୍-୨୦୨୫ରେ ରୌପ୍ୟ ପଦକ ଜିତିଛନ୍ତି ।

- Advertisement -

ଶୁକ୍ରବାର କାତାର ସ୍ପୋର୍ଟସ କ୍ଲବରେ ଆୟୋଜିତ ପ୍ରତିଯୋଗିତାରେ ନୀରଜ ୯୦.୨୩ମିଟର ଦୂରତ୍ବକୁ ଥ୍ରୋ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିଜିତିଛନ୍ତି । ନୀରଜ ପ୍ରଥମ ଥର ଲାଗି ୯୦ ମିଟର ଦୂରତ୍ବକୁ ଅତିକ୍ରମ କରିବା ସହ ଜାତୀୟ କୀର୍ତିମାନ ସୃଷ୍ଟି କରି କରିଛନ୍ତି । ତୃତୀୟ ପ୍ରୟାସରେ ନୀରଜ ୯୦.୨୩ ମିଟର ଦୂରତ୍ବକୁ ଛୁଇଁଥିଲେ। ଦୋହା ଡାଏମଣ୍ଡ ଲିଗ୍‌ରେ ନୀରଜଙ୍କ ଏହା ତୃତୀୟ ତଥା ଦ୍ବିତୀୟ ରୌପ୍ୟ ପଦକ।

୨୦୨୨ ଷ୍ଟକହୋଲ୍‌ମ ଡାଏମଣ୍ଡ ଲିଗ୍‌ରେ ନୀରଜ ୮୯.୯୪ ମିଟର ଦୂରତ୍ବକୁ ଥ୍ରୋ କରି ଜାତୀୟ କୀର୍ତ୍ତି କୀର୍ତ୍ତିମାନ ସୃଷ୍ଟି କରିଥିଲେ । ଯାହାକୁ ନୀରଜ ଦୋହାରେ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି। ନୀରଜ ବିଶ୍ବର ୨୫ତମ ଓ ଏସୀୟର ତୃତୀୟ ଜାଭେଲିନ ଫିଙ୍ଗାଳି ଭାବେ ୯୦ ମିଟର ଦୂରତ୍ବକୁ ଛୁଇଁବରେ ସଫଳ ହୋଇଛନ୍ତି ।

ଜର୍ମାନୀର ଜୁଲିୟନ ୱିବର ୯୧.୦୬ ମିଟର ଦୂରତ୍ବକୁ ଫିଙ୍ଗି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ଓ ଗ୍ରେନେଡାର ଦୁଇଥର ବିଶ୍ବ ଚମ୍ପିଆନ ପିଟରର୍ସ ଆଣ୍ଡରସନ ୮୫.୬୪ ମିଟର ଦୂରତ୍ବକୁ ଥ୍ରୋ କରି ତୃତୀୟ ସ୍ଥାନ ହାସଲ କରିଥିଲେ ।

ଓଡ଼ିଆ ଜାଭେଲିନ ଫିଙ୍ଗାଳି କିଶୋର ଜେନା ଦ୍ଵିତୀୟ ପ୍ରୟାସରେ ୭୮.୬୦ ମିଟର ଦୂରତ୍ବକୁ ଥ୍ରୋ କରିଥିଲେ। ଯାହା ତାଙ୍କର ଉକ୍ତ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ପୂର୍ବରୁ ନୀରଜ ଦୋହା ଡାଏମଣ୍ଡ ଲିଗ୍ ୨୦୨୩ରେ ସ୍ବର୍ଣ୍ଣ ଓ ୨୦୨୪ରେ ରୌପ୍ୟ ପଦକ ଜିତିଥିଲେ।

 

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories