ବେଙ୍ଗାଲୁରୁ: ବିବାଦରେ ଲବ ହାଂସଦା। ଲବ ହାଂସଦାଙ୍କ ପ୍ରେମିକା ୨ ଦିନ ତଳେ ଆତ୍ମହତ୍ୟା କରିଛନ୍ତି। ଏଥିପାଇଁ ମୃତକଙ୍କ ପରିବାର ଲୋକେ ଲବ ହାଂସଦାଙ୍କ ଦାୟୀ କରିଛନ୍ତି। ବେଙ୍ଗାଲୁରୁର ଏଚଏସଆର ଲେଆଉଟ୍ ଥାନାରେ ଲବ ହାଂସଦାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ସୋସିଆଲ ମିଡିଆ ସେନସେସନ୍ ଲବ ହାଂସଦା ଭାରତ ସମେତ ବିଭିନ୍ନ ଦେଶ ବୁଲି ଟ୍ରାଭେଲ ଭିଡିଓ କରି ସେସବୁ ସୋସିଆଲ ମିଡିଆରେ ପୋଷ୍ଟ କରି ଖୁବ୍ କମ୍ ଦିନରେ ଅନେକ ପ୍ରଶଂସା ସାଉଁଟିଛନ୍ତି । ନିଆରା ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଲବ ହାଂସଦା ଏବେ ବିବାଦକୁ ଆସିଛନ୍ତି ଏବଂ ପ୍ରେମିକାଙ୍କ ମୃତ୍ୟୁ ପରେ ଫସି ଯାଇଛନ୍ତି । ପ୍ରେମିକା ସୋଲୋମୀଙ୍କ ମୃତ୍ୟୁ ପାଇଁ ଲବଙ୍କୁ ତାଙ୍କ ପରିବାର ଦାୟୀ କରିଛନ୍ତି।
ବିହାରର ସୋଲୋମୀ ବେଙ୍ଗାଲୁରୁରେ ଚାକିରି କରୁଥିଲେ। କିଛିବର୍ଷ ତଳେ ଲବ ହାଂସଦାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଉଭୟ ପରସ୍ପରକୁ ଭଲ ପାଇଥିଲେ । ଓଡ଼ିଶାଠାରୁ ଦୁବାଇ ଯାଏଁ ଉଭୟ ଅନେକ ସ୍ଥାନ ବୁଲିବା ସହ ବିବାହ ପାଇଁ ଏକପ୍ରକାର ନିଷ୍ପତ୍ତି ହୋଇ ସାରିଥିଲା । କିନ୍ତୁ ଲବଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା ଜାଣିବା ପରେ ସୋଲୋମୀ ଓ ଲବଙ୍କ ସମ୍ପର୍କରେ ସୃଷ୍ଟି ଫାଟ ହୋଇଥିଲା। ଏହାପରେ ସୋଲୋମୀଙ୍କୁ ଲବ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ, ତେଣୁ ଝିଅ ସୋଲୋମୀ ଆତ୍ମହତ୍ୟା କରିଥିବା ନେଇ ବୋଲି ସୋଲାମୀଙ୍କ ପରିବାର ଅଭିଯୋଗ କରିଛନ୍ତି ।
ସୋଲୋମୀ ଓ ଲବଙ୍କ ପ୍ରେମ ସମ୍ପର୍କ ବିଷୟରେ ଲବ ନିଜେ ଅନେକଥର ସ୍ୱୀକାର କରିଥିବାବେଳେ ଆତ୍ମହତ୍ୟା ପୂର୍ବରୁ ଲବଙ୍କୁ ସୋଲୋମୀ ଫୋନ୍ କରିଥିଲେ । ତେବେ ସୋଲୋମୀଙ୍କ ମୃତ୍ୟୁକୁ ୨ ଦିନରୁ ଅଧିକ ସମୟ ବିତିଯାଇଥିଲେ ବି ଲବଙ୍କର ଦେଖା ମିଳୁନାହିଁ । ଘଟଣାଠାରୁ ଦୂରେଇ ରହିବା ଓ ସୋସିଆଲ ମିଡିଆରେ ବି କିଛି ପୋଷ୍ଟ ନକରିବା ଲବଙ୍କ ଭୂମିକାକୁ ଅଧିକ ସନ୍ଦେହ ଘେରକୁ ନେଇଆସିଛି।



