www.samajalive.in
Saturday, December 6, 2025
26.1 C
Bhubaneswar

ନୀରଜଙ୍କୁ ଦୋହା ଡାଏମଣ୍ଡ ଲିଗ୍‌ ଟାଇଟଲ

ଦୋହା  :  ଭାରତର ଅଲିମ୍ପିକ୍ ଚାମ୍ପିଆନ୍ ନୀରଜ ଚୋପ୍ରା ଜାଭେଲିନ୍‌ ଥ୍ରୋ’ରେ ଦୋହା ଡାଏମଣ୍ଡ ଲିଗ୍‌ ଟାଇଟଲ ହାସଲ କରିଛନ୍ତି। ୨୫ ବର୍ଷ ବୟସ୍କ  ନୀରଜ ଚୋପ୍ରା ଗତ ସେପ୍ଟେମ୍ବରରେ ସ୍ୱିଜରଲ୍ୟାଣ୍ଡରେ ୨୦୨୨ ଡାଇମଣ୍ଡ ଲିଗ୍ ଟ୍ରଫି ମଧ୍ୟ ହାସଲ କରିଥିଲେ। ଶୁକ୍ରବାର ରାତିରେ ଅନୁଷ୍ଠିତ ମୁକାବିଲାରେ ୮୮.୬୭ ମିଟର ଦୂରତାକୁ ଜାଭେଲିନ୍‌ ଫିଙ୍ଗି ନୀରଜ ଚଳିତ ଋତୁର ଏହି ଟାଇଟଲ ହାସଲ କରିଛନ୍ତି । ୮୮.୬୭ ମିଟର ଦୂରତା ତାଙ୍କର  କ୍ୟାରିୟର ଚତୁର୍ଥ ଶ୍ରେଷ୍ଠ ପ୍ରୟାସ ଥିଲା। କତାର ସ୍ପୋର୍ଟସ କ୍ଲବରେ ଦ୍ୱିତୀୟ ଥର ପାଇଁ ଇଭେଣ୍ଟ ଜିତିବା ଲାଗି ସେ ଶେଷ ପର୍ଯ୍ୟନ୍ତ ଅଗ୍ରଣୀ ବଜାୟ ରଖିଥିଲେ।  ଚେକ୍ ଗଣ ରାଜ୍ୟର ଭାଡଲେଜ୍ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଗ୍ରେନାଡାର ପିଟର୍ସ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ବିଜୟ ସହିତ ନୀରଜ ମଧ୍ୟ ବିଶ୍ୱ ଅଗ୍ରଣୀ ସ୍ଥାନ ହାସଲ କରିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories