ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ଶେଷ ଦିନ ..
ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (ଏସ୍ସିବି) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଷ୍ଟ୍ରପତି
ରାଷ୍ଟ୍ରପତି, ରାଜ୍ୟପାଳଙ୍କ ସହ ଉପସ୍ଥିତ ଅଛନ୍ତି ଅନ୍ୟ ଅତିଥି..
ଆଜି ଅପରାହ୍ଣରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ..
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି..
ଏହା ଘନୀଭୂତ ହୋଇ ୭ତାରିଖରେ ଏକ ଲଘୁଚାପରେ ପରିଣତ ହୋଇପାରେ..
ଲଘୁଚାପ ଅଧିକ ଘନୀଭୂତ ହୋଇ ୮ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି..
ଓଡ଼ିଶା ଗସ୍ତରେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଧନଞ୍ଜୟ ଯଶବନ୍ତ ଚନ୍ଦ୍ରଚୂଡ଼..
ଆଜିଠାରୁ କଟକ ସ୍ଥିତ ଓଡ଼ିଶା ଜୁଡିସିଆଲ୍ ଏକାଡେମୀରେ ଦୁଇ ଦିନିଆ ଜାତୀୟ କର୍ମଶାଳାରେ ଯୋଗଦେବେ..
‘ଡିଜିଟାଇଜେସନ୍, କାଗଜବିହୀନ ଅଦାଲତ ଏବଂ ଇ-ଇନିସିଏଟିଭ୍’ ଶୀର୍ଷକ ଜାତୀୟ କର୍ମଶାଳା..
ସର୍ବୋଚ୍ଚ ନ୍ୟାୟାଳୟର ୬ଜଣ ବିଚାରପତି ଓ ବିଭିନ୍ନ ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ତଥା ବିଚାରପତିମାନେ ଆଲୋଚନାଚକ୍ରରେ ଯୋଗଦେବେ..
ଜମ୍ମୁ-କାଶ୍ମୀରର ବାରମୂଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିପାତ.. ଆତଙ୍କବାଦୀ ଲୁଚି ରହିଥିବା ନେଇ ତଲାସୀ ଅଭିଯାନ ଜାରି..
ଜମ୍ମୁ-କାଶ୍ମୀରର ରଜୌରୀରେ ସୁରକ୍ଷା ସ୍ଥିତି ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ..
ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ସହ ସୁରକ୍ଷା ସ୍ଥିତି ନେଇ ସମୀକ୍ଷା କରିବେ..
ଶୁକ୍ରବାର ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଯବାନ ସହିଦ ହୋଇଥିଲେ..
କଟକ : ଓଡ଼ିଶା ଜୁଡିସିଆଲ୍ ଏକାଡେମୀରେ ‘ଡିଜିଟାଇଜେସନ୍, କାଗଜବିହୀନ ଅଦାଲତ ଏବଂ ଇ-ଇନିସିଏଟିଭ୍’ ଶୀର୍ଷକ ଦୁଇ ଦିନିଆ ଜାତୀୟ କର୍ମଶାଳା ଆରମ୍ଭ..
କର୍ମଶାଳାକୁ ଉଦଘାଟନ କଲେ ସୁପ୍ରିମର କୋର୍ଟର ପ୍ରଧାନ ବିଚାରପତି ଧନଞ୍ଜୟ ଯଶବନ୍ତ ଚନ୍ଦ୍ରଚୂଡ଼..
ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଧ୍ୟକ୍ଷତାରେ ପୌର ସଦନରେ ପ୍ରସ୍ତୁତି ବୈଠକ..



