ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ କୁଶପଲା ଗ୍ରାମ ମୁସଲିମ ସାହିର ମହମ୍ମଦ ରଫିକ ଖାଁ (୪୦)ଙ୍କ ୨୦୧୮ ମସିହା ମେ’ ମାସରେ ଏକ ସଡ଼କ ଦୁର୍ଘଟଣାରେ ନିଜର ବାମ ଗୋଡ଼ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ କ୍ରମେ ଚିକିତ୍ସିତ ହୋଇଥିବା ବେଳେ ଏବେ ଅର୍ଥ ଅଭାବରୁ ଆଉ ଚିକିତ୍ସା କରିବା ସମ୍ଭବପର ହୋଇ ପାରୁ ନାହିଁ। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ଦୁଇ ପିଲାଙ୍କ ପାଠପଢା ଖର୍ଚ୍ଚ ସହ ନିଜର ଗୁଜୁରାଣ ମେଣ୍ଟାଇବା ସମ୍ଭବପର ହେଉନାହିଁ ବୋଲି କହିଛନ୍ତି। ଆଉ ଅଧିକ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ଦୃଷ୍ଟିରୁ ଅର୍ଥ ବାଧକ ସାଜିଛି। କୌଣସି ବଦାନ୍ୟ ବ୍ୟକ୍ତି ସହଯୋଗ କରିବାକୁ ଚାହୁଁଥିଲେ ତାଙ୍କ ମୋବାଇଲ ୯୫୮୩୫୭୮୭୧୦ କିମ୍ବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ୧୭୩୩ ୦୧୧୦୧୫୨୧୪୦ଯୋଗାଯୋଗ କରିପାରିବେ। ତୁରନ୍ତ ତାଙ୍କୁ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।
Popular Categories



