www.samajalive.in
Saturday, December 13, 2025
21.1 C
Bhubaneswar

ସନ୍‌ସାଇନ ପବ୍ଲିକ ସ୍କୁଲରେ ଯୌନ ଶୋଷଣ ଅଭିଯୋଗ ; ୩ଦିନରେ ତଦନ୍ତ ରିପୋର୍ଟ ଦିଅ : ଏନ୍‌ସିପିସିଆର୍‌

ନୂଆଦିଲ୍ଲୀ : କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ସନ୍‌ସାଇନ ପବ୍ଲିକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ ଘଟିଥିବା ଯୌନଶୋଷଣ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର ପରିଷଦ (ଏନସିପିସିଆର) କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦେଶ ଜାରି କରିଛନ୍ତି। ତିନିଦିନ ମଧ୍ୟରେ ତଦନ୍ତର ସବିଶେଷ ତଥ୍ୟ ଜଣାଇବାକୁ କଳାହାଣ୍ଡି ଏସପିଙ୍କୁ କୁହାଯାଇଛି।
ସନ୍‌ସାଇନ ପବ୍ଲିକ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁ ଛାତ୍ରଛାତ୍ରୀଙ୍କୁ ଯୌନଶୋଷଣ କରୁଥିଲା। ବିଦ୍ୟାଳୟ ପରିସରରେ ଅବସ୍ଥିତ ଏକ ସ୍ୱତନ୍ତ୍ର କୋଠରିରେ ଗୋବିନ୍ଦ ଛାତ୍ରଛାତ୍ରୀଙ୍କ ସହ ଯୌନ କେଳେଙ୍କାରୀ କାଣ୍ଡରେ ଲିପ୍ତ ରହିବା ସହ ପରୀକ୍ଷାରେ ଅଧିକ ନମ୍ବର କରାଇଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରଲୋଭନ ଦେଖାଉଥିଲା। ବିଦ୍ୟାଳୟ ପରିସରକୁ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିୟମିତ ଭବେ ଗସ୍ତ କରୁଥିଲେ ବୋଲି ଅଭିଯୋଗକୁ ଆଧାର କରି ଏନସିପିସିଆର ନିଜ ଚିଠିରେ ତଦନ୍ତ ପାଇଁ ଉଲ୍ଲେଖ କରିଛନ୍ତି। ତଦନ୍ତ ସମୟରେ ଅଭିଯୁକ୍ତଙ୍କ ପରିଚୟ ଯେପରି ପ୍ରଘଟ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଏନସିପିସିଆରଙ୍କ ତରଫରୁ ତାଗିଦା କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ, ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଯୌନଶୋଷଣର ଶିକାର ହୋଇଥିବା ଉଭୟ ଛାତ୍ର ଓ ଛାତ୍ରୀଙ୍କ ବୟସ ଏବଂ ଶ୍ରେଣୀ, ପକ୍‍ସୋ ଆଇନର ଧାରା ୧୯/୨୧ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି କି ନାହିଁ ସେ ବିଷୟରେ ବିସ୍ତୃତ ତଥ୍ୟ ଏନସିପିସିଆର ତଲବ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories