www.samajalive.in
Wednesday, December 10, 2025
16.1 C
Bhubaneswar

ପର୍ଯ୍ୟଟକଙ୍କ ଆକର୍ଷଣ ‘ଜାମୁ ଜଙ୍ଗଲ’

ନୟାଗଡ଼: ନୟାଗଡ଼ ଜିଲାର ବୃହତ୍ତମ ଜାମୁବଣରୁ କୋଳି ସଂଗ୍ରହ ପାଇଁ ଲୋକଙ୍କ ବେଶ ଭିଡ଼ ଜମୁଥିବା ଲକ୍ଷ୍ୟ କରାଯାଉଛି। ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମରେ ଥିବା ଏହି ଜାମୁବଣରୁ ଜାମୁକୋଳି ବ୍ୟବସାୟିଙ୍କ ସମେତ ସାଧାରଣ ଲୋକ ଜାମୁକୋଳି ସଂଗ୍ରହ କରିବାକୁ ପ୍ରତିଦିନ ଅନେକ ସଂଖ୍ୟାରେ ଆସୁଥିବା ଲକ୍ଷ୍ୟ କରାଯାଉଛି। ଏହି ପ୍ରସିଦ୍ଧ ଜାମୁବଣ ନୟାଗଡ଼-ଖଣ୍ଡପଡ଼ା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ବାଘମାରୀ ନଦୀ କୂଳରେ ରହିଛି। ସ୍ଥାନୀୟ ଗ୍ରାମବାସୀଙ୍କ ଏକନିଷ୍ଠ ଉଦ୍ୟମ ଯୋଗୁଁ ବାଘମାରୀ ନଦୀ କୂଳରେ ଗଢ଼ି ଉଠିଛି ଏହି ଜାମୁ ଜଙ୍ଗଲ। ସୂଚନା ଯୋଗ୍ୟ ଯେ,ବାଘମାରୀ ନଦୀର ଦକ୍ଷିଣପାର୍ଶ୍ବରେ ପ୍ରାୟ ଦେଢ଼ କିଲୋମିଟର ବ୍ୟାପି ଅଞ୍ଚଳରେ ରହିଛି ଏହି ଜାମୁ ବଣ। ଏହି ବଣରେ ପ୍ରାୟ ୨୦ହଜାର ଫଳନ୍ତି ଜାମୁ ଗଛ ରହିଛି। ଏମିତି ଦେଖିବାକୁ ଗଲେ ଏହି ଜାମୁ ବଣ ଏହି ଅଞ୍ଚଳର ପରିବେଶ ଓ ସୌନ୍ଦର୍ଯ୍ୟର ସନ୍ତୁଳନ କେବଳ ରକ୍ଷା କରୁନାହିଁ ଅନ୍ୟପକ୍ଷରେ,ଏହା ଡାଇବେଟିସ୍‍ ରୋଗୀମାନଙ୍କ ନିମନ୍ତେ ଆକର୍ଷଣ ପାଲଟିଛି। ଉଲ୍ଲେଖନୀୟ ଯେ,ଜାମୁକୋଳି ଡାଇବେଟିସ୍‍ ରୋଗୀମାନଙ୍କ ପାଇଁ ଅତ୍ୟନ୍ତ ଉପକାରୀ ଅଟେ। ତେବେ,ପରିବେଶ ପର୍ଯ୍ୟଟନ ପାଇଁ ଏହା ଏକ ଉତ୍କୃଷ୍ଟ ସ୍ଥାନ ହୋଇଥିଲା ବେଳେ ଏହାର ରକ୍ଷଣାବେକ୍ଷଣ ବା ପ୍ରଚାର ପ୍ରସାର ପାଇଁ ପ୍ରଶାସନର ସେଭଳି ଅନୁରାଗ ନଥିବା ଅଭିଯୋଗ ହୋଉଛି। ଜିଲାସଦର ମହକୁମାଠାରୁ ୬ କିଲୋମିଟର ଦୂରରେଥିବା ଡ଼ାହୁକା ଆନିକଟ ନିକଟରୁ ପ୍ରାୟ ଏକ କିଲୋମିଟର ଦୂରତା ପର୍ଯ୍ୟନ୍ତ ପ୍ରାୟ ୨୦ ଏକରରୁ ଉର୍ଦ୍ଧ ସ୍ଥାନରେ ଲମ୍ବି ରହିଛି ଏହି ଜାମୁ ଜଙ୍ଗଲ। ଏହି ଜଙ୍ଗଲର ଘନ ସବୁଜିମା ସବୁ ସମୟରେ ପ୍ରକୃତି ପ୍ରେମୀଙ୍କୁ ଏଠାକୁ ଆକର୍ଷିତ କରି ଆସିଅଛି। ଜାମୁ କୋଳି ପାଚିବା ସମୟରେ ଏଠାରେ କେବଳ ଭିଡ଼ ଜମେ ନାହିଁ ଅନୁରୂପ ଭାବେ ମଧ୍ୟ ଗ୍ରୀଷ୍ଣ ଏବଂ ଶୀତ ଋତୁରେ ବଣଭୋଜି ପାଇଁ ଅନେକ ଲୋକ ଏଠାକୁ ଆସି ଏହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି। ପରିବେଶ ପର୍ଯ୍ୟଟନ ନିମନ୍ତେ ସମସ୍ତ ସମ୍ଭାବନା ଥିଲା ବେଳେ ଏହି ନୈସର୍ଗିକ ସ୍ଥାନ ପ୍ରତି ପ୍ରଶାସନିକ ଏବଂ ରାଜନୈତିକ ଦୂରଦୃଷ୍ଟି ଅଭାବ ଯୋଗୁଁ ଏହା ପରିବେଶ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇପାରିନାହିଁ। ଏଠାରେ ଥିବା ବିପୁଳ ସଂଖ୍ୟାରେ ଜାମୁଗଛ ପାରିପାର୍ଶ୍ବିକ ପରିବେଶର ସନ୍ତୁଳନ ରକ୍ଷା କରୁଛି। ଉଲ୍ଲେଖନୀୟ ଯେ,ଦେଢ଼ କିମି ବ୍ୟାପି ଏହି ବିରାଟ ଜଙ୍ଗଲ ବାଘମାରୀ ନଦୀର ଦକ୍ଷିଣ ପାର୍ଶ୍ବରେ ରହିଛି। ଫଳରେ,ନୟାଗଡ଼-ଖଣ୍ଡପଡ଼ା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଠାରୁ ଜଙ୍ଗଲ ବ୍ୟାପିିଥିବା ଅଞ୍ଚଳ ପର୍ଯ୍ୟନ୍ତ ପୂର୍ବରୁ ନଦୀ କୂଳ ଖାଉଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ମୃତ୍ତିକା ଅବକ୍ଷୟ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ପଥରପ୍ୟାଚିଂ କରାଯାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories