www.samajalive.in
Friday, December 5, 2025
23.1 C
Bhubaneswar

ଅଳିଆ ଗଦାରେ ବାଣ ଫୁଟି ଶିଶୁ ଗୁରୁତର, କଟକ ସ୍ଥାନାନ୍ତର

ନୟାଗଡ : ନୟାଗଡ ସଦରଥାନା ଗୁପ୍ତପଲ୍ଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଳିଆଗଦା ପୋଡିବା ବେଳେ ବାଣ ଫୁଟି ଜଣେ ୮ବର୍ଷର ଶିଶୁ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଶିଶୁ ଚାନ୍ଦୁ ବାହୁକକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣ ଫଳରେ ଶିଶୁଟିର ମୁହଁ ଏବଂ ଦୁଇ ହାତ ପୋଡିଯାଇଥିବା ଡାକ୍ତର କହିଛନ୍ତି ।

ସୂଚନା ଅନୁସାରେ ଗୁପ୍ତପଲ୍ଲି ଗାଁର ବିଶ୍ବନାଥ ବାହୁକଙ୍କ ପୁଅ ଚାନ୍ଦୁ ସକାଳେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଅଳିଆଗଦାରେ ଡିଆସିଲି ଲଗାଇ ଦେଇଥିଲା । ଏହି ସମୟରେ ହଠାତ୍ ଏକ ବିସ୍ଫୋରଣ ହୋଇଥିଲା । ଅଳିଆଗଦାରେ କେହି ବାଣ ପକାଇଥିଲା ଏବଂ ତାହା ଫୁଟିଗଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ବିସ୍ଫୋରଣ ଫଳରେ ଶିଶୁଟିର ମୁହଁ ଏବଂ ଦୁଇ ହାତ ପୋଡିଯାଇଥିଲା। ତୁରନ୍ତ ତାକୁ ଉଦ୍ଧାର କରାଯାଇ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories