www.samajalive.in
Friday, December 5, 2025
26.1 C
Bhubaneswar

ଡବଲ ଇଞ୍ଜିନ ସରକାର ଡବଲ ଧୋକା ଦେଇଛି: ନବୀନ

ସମାଜଲାଇଭ ଡେସ୍କ: ବିଜେପି ସରକାର ମିଥ୍ୟା ପ୍ରଚାର କରୁଛି। ଡବଲ ଇଞ୍ଜିନ ସରକାର ଡବଳ ବିକାଶ କରିବ ବୋଲି କହିଥିଲା, କିନ୍ତୁ ଲୋକଙ୍କୁ ଡବଲ ଧୋକା ଦେଇଛି। ନୂଆପଡ଼ା ଉପନିର୍ବାଚନ ପାଇଁ ଶୁକ୍ରବାର ନିର୍ବଚାନୀ ପ୍ରଚାର ବେଳେ ଏଭଳି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ପ୍ରଚାର ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ନବୀନ କହିଛନ୍ତି, କେବଳ ରଙ୍ଗ ମାରିଲେ ବିକାଶ ହୁଏ ନାହିଁ। ୫୦୦ ଦିନର ସରକାର ଲୋକଙ୍କୁ କେବଳ ଧୋକା ଦେଇଛି। କେବଳ ଧୋକା ଧୋକା, ଡବଲ ଧୋକା। ରାଜ୍ୟରେ ସାର ଅଭାବକୁ ନେଇ ମଧ୍ୟ ନବୀନ ପ୍ରଶ୍ନ ଉଠାଇଛନ୍ତି। ମଣ୍ଡି ଅବ୍ୟବସ୍ଥା, କଟନିଛଟନିକୁ ନେଇ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସରକାର ଭୋଟ ଚୋରି କରିପାରନ୍ତି, ଲୋକଙ୍କ ହୃଦୟ ନୁହେଁ।

- Advertisement -

ନବୀନ ଆହୁରି କହିଥିଲେ, କ୍ଷମତାକୁ ଆସିବା ଆଗରୁ ବିଜେପି ମାଗଣା ୩୦୦ ୟୁନିଟ ବିଦ୍ୟୁତ ଦେବ ବୋଲି କହିଥିଲା। ତାହା ମିଳିଲା କି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ସେହିପରି ୩୫୦୦ ଟଙ୍କା ପେନସନ ମିଳିଲା କି ? ଚାଷୀମାନଙ୍କୁ ୟୁରିଆ ସାର ମିଳିଲା କି ? ଯୁବକମାନଙ୍କୁ ଚାକିରି ମିଳିଲା କି? ମିଶନଶକ୍ତି ମା’ ମାନଙ୍କୁ ଋଣ ମିଳିଲା କି ? ଆମ ବିଏସକେଓ୍ବାଇ କାର୍ଡରେ ଭଲ ସ୍ଵାସ୍ଥ୍ୟସେବା ମିଳୁଥିଲା। ବର୍ତ୍ତମାନର ଆୟୁଷ୍ମାନ କାର୍ଡରେ କେବଳ ଟେନସନ ମିଳୁଛି। ବିଜେପି ସରକାରର ଧୋକାର ଜବାବ ଭୋଟରେ ଦେବାକୁ ସେ ନୂଆପଡ଼ାବାସୀଙ୍କୁ ନିବେଦନ କରିଛନ୍ତି। ବିଜେଡି କଥା ନୁହେଁ, କାମରେ ବିଶ୍ଵାସ କରେ।

ନବୀନ କହିଥିଲେ, ବିଜୁ ବାବୁ ନୂଆପଡ଼ା ଜିଲା ଗଢ଼ିଥିଲେ। ରାଜୁ ଭାଇଙ୍କୁ ମୋ କ୍ୟାବିନେଟରେ ମନ୍ତ୍ରୀ କରିଥିଲି। ନୂଆପଡ଼ାବାସୀ ସମସ୍ତ ପ୍ରକାର ସହଯୋଗ କରିଆସିଛନ୍ତି। ଆମ ସରକାରରେ ନୂଆପଡ଼ାରେ ସବୁକ୍ଷେତ୍ରରେ ବିକାଶ ହୋଇଛି। ଏବେ ବିକାଶ ପୂରା ଠପ। ମିଛ ପ୍ରଚାରରେ ବିକାଶ ହୁଏନି ବୋଲି ନବୀନ କହିଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories