mission shakti banner

ଏନସିଇଆରଟି ପାଠ୍ୟକ୍ରମରେ ଜାତୀୟ ଯୁଦ୍ଧ ସ୍ମାରକ ବିଷୟ ଅନ୍ତର୍ଭୁକ୍ତ

BSKY banner  750×100

ଡେସ୍କ: ଚଳିତ ବର୍ଷ ଠାରୁ ଜାତୀୟ ଯୁଦ୍ଧ ସ୍ମାରକ ଉପରେ ଏକ ଅଧ୍ୟାୟ ‘ଆମର ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି’ ସପ୍ତମ ଶ୍ରେଣୀ ପାଇଁ ଏନସିଇଆରଟି ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ସ୍କୁଲ ପିଲାମାନଙ୍କ ମଧ୍ୟରେ ଦେଶଭକ୍ତି, କର୍ତ୍ତବ୍ୟ ପ୍ରତି ସମର୍ପଣ ଏବଂ ସାହସ ଓ ବଳିଦାନର ମୂଲ୍ୟବୋଧକୁ ବିକଶିତ କରାଇବା ଓ ରାଷ୍ଟ୍ର ନିର୍ମାଣରେ ଯୁବକମାନଙ୍କର ଅଂଶଗ୍ରହଣକୁ ବୃଦ୍ଧି କରିବା। ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ସ୍ୱାଧୀନତା ପରେ ରାଷ୍ଟ୍ର ସେବାରେ ସଶସ୍ତ୍ର ବାହିନୀର ସୈନିକମାନଙ୍କ ସର୍ବୋଚ୍ଚ ବଳିଦାନ ବ୍ୟତୀତ ଏହି ଅଧ୍ୟାୟରେ ଜାତୀୟ ଯୁଦ୍ଧ ସ୍ମାରକର ଇତିହାସ, ମହତ୍ତ୍ୱ ଏବଂ ସଂକଳ୍ପ ଉପରେ ବର୍ଣ୍ଣନା କରାଯାଇଛି। ଏଥିରେ ଦୁଇ ବନ୍ଧୁ ଉଭୟ ଉଭୟଙ୍କୁ ଚିଠି ଦେଉଛନ୍ତି ଏବଂ ସେଥିରେ ସଂଗ୍ରାମୀମାନଙ୍କ ବଳିଦାନ ଯୋଗୁ ମିଳିଥିବା ସ୍ୱାଧୀନତା ପାଇଁ କୃତଜ୍ଞତା ଜଣାଉଛନ୍ତି।

Comments are closed.