www.samajalive.in
Thursday, December 11, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ୪ ମିନିଟ୍‌ : ଚନ୍ଦ୍ରରେ ଲେଖାହେବ ନୂଆ କାହାଣୀ

ବେଙ୍ଗାଲୁରୁ: ସବୁ ପ୍ରତୀକ୍ଷାର ଅନ୍ତ ଘଟିବ। ସାରା ବିଶ୍ବ ଉତ୍କଣ୍ଠାର ସହିତ ଅପେକ୍ଷା କରିଛି ଚନ୍ଦ୍ରଯାନ-୩ର ସଫଳତାକୁ। ସମୟ ଯେତେ ପାଖେଇ ଆସୁଛି, ଆଶା ଆଉ ଆଶଙ୍କା ବି ସେତେ ବ୍ୟଗ୍ର ହେଉଛି। ସମସ୍ତଙ୍କର ଅପେକ୍ଷା ସନ୍ଧ୍ୟା ୬ଟା ୪ ମିନିଟକୁ। ଠିକ୍‌ ଏହି ସମୟରେ ହିଁ ଚନ୍ଦ୍ରରେ ଲେଖାହେବ ନୂଆ କାହାଣୀ, ଇସ୍ରୋ ରଚିବ ଇତିହାସ । ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାର ଶେଷ ୭ ମିନିଟ୍‌ ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ମହାକାଶ ଯାନ କେବଳ ନିଜ ଉପରେ ନିର୍ଭର କରିଥାଏ। ମହାକାଶ ବିଜ୍ଞାନୀ ଓ ଗବେଷକ କେବଳ ଭଗବାନଙ୍କ ଭରସାରେ ଥାଆନ୍ତି। ୨୦୧୯ରେ ଚନ୍ଦ୍ରଯାନ -୨ ସଫ୍ଟ ଲ୍ୟାଣ୍ଡିଂ ସମୟରେ ମଧ୍ୟ ଏପରି କିଛି ସମସ୍ୟାକୁ ସାମନା କରିଥିଲା। ତେଣୁ ଯେମିତି ଏଥର କିଛି ବି ସମସ୍ୟା ନ ହୁଏ, ସେଥିପାଇଁ ପୁରା ଇସ୍ରୋ ଟିମ୍‌ ସଜାଗ ରହିଛି। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । କଣ୍ଟ୍ରୋଲ ରୁମରେ ଅନବରତ ପ୍ରଚେଷ୍ଟା କରାଯାଉଛି । ପ୍ରତିକୂଳ ପରିସ୍ଥିତି ପାଇଁ ପ୍ଲାନ-ବି ମଧ୍ୟ ପ୍ରସ୍ତୁତ ରହିଛି । ପ୍ରତିକୂଳ ପରିସ୍ଥିତିରେ ଲ୍ୟାଣ୍ଡିଂ ପ୍ରକ୍ରିୟା ଘୁଞ୍ଚାଇବାକୁ ଯୋଜନା ରଖିଛି ଇସ୍ରୋ । ସମସ୍ୟା ଉପୁଜିଲେ ଆସନ୍ତା ୨୭ ତାରିଖରେ ଲ୍ୟାଣ୍ଡିଂ କରାଯିବାକୁ ଯୋଜନା କରାଯାଇଛି । ଚନ୍ଦ୍ରଯାନ-୩ର ସଫଳତା ପାଇଁ ସାରା ଦେଶରେ ହୋମଯଜ୍ଞ କରାଯାଉଛି । ମନ୍ଦିରରେ ଜଳଲାଗି ସହ ହୋମଯଜ୍ଞ କରି ଐତିହାସିକ ମିଶନର ସଫଳତା କାମନା କରିଛନ୍ତି ଦେଶବାସୀ । ବାରାଣାସୀର କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିବା ସୂଚନା ମିଳିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories