www.samajalive.in
Monday, December 8, 2025
13.1 C
Bhubaneswar

ଏଏସବିଏମ ବିଶ୍ୱବିଦ୍ୟାଳୟରେ ଜାତୀୟ ବ୍ୟାଙ୍କିଙ୍ଗ ସମ୍ମିଳନୀ

ଭୁବନେଶ୍ୱର: ଏଏସବିଏମ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ‘ଭାରତୀୟ ବ୍ୟାଙ୍କିଙ୍ଗ ସେବା – ବିକାଶଶୀଳ ରୁୂପରେଖ’ ଶୀର୍ଷକ ଏକ ଜାତୀୟ ଆଭାସ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର କୁଳାଧ୍ୟକ୍ଷ ପ୍ରଫେସର (ଡ଼ଃ) ବିଶ୍ୱଜିତ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟଅତିଥି ରାକେଶ ଶର୍ମା, ଆଇଡ଼ିବିଆଇ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କର ଉଦ୍‌ଘାଟନୀ ବକ୍ତବ୍ୟ ମାଧ୍ୟମରେ ବ୍ୟାଙ୍କକୁ ଭାରତୀୟ ଅର୍ଥ ବ୍ୟବସ୍ଥାର ମାନଦଣ୍ଡ ତଥା ମେରୁଦଣ୍ଡ ଭାବେ ଅଭିହିତ କରିଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ସୁନିତା ହାଣ୍ଡା ଅଧୁନାତନ ନେତୃତ୍ୱ ଓ ମହାମାରୀ ଅତିକ୍ରାନ୍ତ ନୂତନ ବିକଳ୍ପ ସଂମ୍ପର୍କରେ ମତ ରଖିଥିଲେ । ପରେ ପୂର୍ଣ୍ଣାଧିବେଶନର ଶୁଭାରମ୍ଭ କରି ସନ୍ତୁଳକ ଭାବେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡ଼ଃ) କଲ୍ୟାଣ ଶଙ୍କର ରାୟ ଶିର୍ଷକାଲୋଚନା କରିଥିଲେ । ଆଲୋଚନାରେ ଷ୍ଟେଟବ୍ୟାଙ୍କ ଅଫ ହାଇଦାରାବାଦର ପ୍ରାକ୍ତନ ପରିଚାଳନା ନିର୍ଦ୍ଦେଶିକା ରେଣୁ ଚାଲୁ, ଇକ୍ୱିଇଟାସ୍ ସ୍ମଲ ଫାଇନାନ୍ସ ବ୍ୟାଙ୍କର ଅଧ୍ୟକ୍ଷ ମୁରଲୀ ବୈଦ୍ୟନାଥନ, ଭାରତୀୟ ରିଜର୍ଭ ବ୍ୟଙ୍କର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀମୋହନ ଯାଦବ, ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରାକ୍ତନ ଆଂଚଳିକ ନର୍ଦ୍ଦେଶକ (ଡ଼ଃ) ସଚ୍ଚିଦାନନ୍ଦ ସୋଗୋଲା ଏଥିରେ ଯୋଗଦେଇ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ସ୍କୁଲଅଫ ଆକାଉଣ୍ଟାନ୍ସିରମୁଖ୍ୟ ପ୍ରଫେସର (ଡ଼ଃ) ପଦ୍ମନାଭ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଫେସର (ଡ଼ଃ) ରୂପଶାମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories