www.samajalive.in
Monday, December 8, 2025
24.1 C
Bhubaneswar

ଶିଶୁର ଚିକିତ୍ସା କରାଇଲେ ସମାଜସେବୀ

ନର୍ଲା: ପରିସ୍ଥିତି ଏମିତି ଆସି ପହଂଚିଛି ଯେ, କୋଭିଡ୍‍ ଭୟରେ ଲୋକେ ସାଧାରଣ ଚିକିତ୍ସା କରେଇବା ପାଇଁ ଡାକ୍ତରଖାନା ଯିବାକୁ ଡରୁଛନ୍ତି। ଯଦି କେହି କେହି ସାହାସ କରି ଯାଉଛନ୍ତି ସେଥିରେ ସେମାନେ ସଫଳ ହେଉନାହାନ୍ତି। ବିଶେଷ କରି ଗରିବ ମାନଙ୍କ କ୍ଷେତ୍ରରେ। ଡାକ୍ତରଖାନାରେ କୋଭିଡ ପାଇଁ ପ୍ରବଳ ଭିଡ ହେଉଥିବା କାରଣରୁ ଓ ଏକ୍ସରେ କେନ୍ଦ୍ରରେ ପରିଚାଳକ ଭୟ କରୁଥିବା କାରଣରୁ ଆଜି ଜଣେ ୬ ବର୍ଷର ଶିଶୁ କ୍ରିଷ୍ଣା ମାଝୀ ନିଜ ଭାଙ୍ଗି ଥିବା ହାତର ଚିକିତ୍ସା କରିନପାରି ଫେରିଆସିଥିଲା। ବାଲିପଡା ବଜାର ପଡାରେ ରହୁଥିବା ଏହି ଗରିବ ପରିବାରର ଶିଶୁ କ୍ରିଷ୍ଣା କୌଣସି କାରଣରୁ ପଡି ଯିବାରୁ ତାର ବାମ ହାତ ଭାଙ୍ଗି ଯାଇଥିଲା। ତେବେ ସେ ଆୟୁର୍ବେଦ ଚିକିତ୍ସା ପାଇଁ ଭାଟେଲ ଗ୍ରାମରୁ ନେଇଥିବା ବେଳେ ସେଠାରେ ମଧ୍ୟ କେହି କୋଭିଡ୍‍ ପାଇଁ ଚିକିତ୍ସା ପାଇଁ ମନା କରିଦେଇଥିଲେ।

ଏହି ଖବର ଜଣାପଡିବା ପରେ ସମାଜସେବୀ ରୁପ୍ରାରୋଡ ନିବାସୀ ସଜ୍ଜନ ଅଗ୍ରୱାଲ୍‍ ସଂପୃକ୍ତ ପରିବାରକୁ ଭେଟିଥିଲେ। ସମାଜସେବୀ ମନୋଜ କୁମାର ପଟ୍ଟନାୟକ ମଧ୍ୟ ସେହି ସମୟରେ ପହଂଚିଥିଲେ। ପରେ ହାଡଭଙ୍ଗା ଚିକିତ୍ସକ ସତ୍ୟପ୍ରକାଶ ବିଶୋଇଙ୍କୁ ଅନୁରୋଧ କରିବା ପରେ ସେ ମଧ୍ୟ ନିଜର ଜଡିବୁଟି ଔଷଧ ଆଣି ଶିଶୁ ପାଖରେ ପହଂଚିଥିଲେ। ଭଙ୍ଗା ହାତରେ ଔଷଧ ଲଗେଇ ପଟ୍ଟି ବାନ୍ଧିଥିଲେ। ପରେ ଶିଶୁକୁ ଔଷଧ ଦୋକାନରୁ ଔଷଧ କିଣି ଦେଇଥିଲେ ସଜ୍ଜନ ଅଗ୍ରୱାଲ୍‍। ସମାଜସେବୀ ମନୋଜ କୁମାର ପଟ୍ଟନାୟକ ହାତ ଝୁଲାଇ ରଖିବା ପାଇଁ ଡାକ୍ତରୀ ପଟ୍ଟି ଓ ହର୍‍ଲିକ୍ସ୍‍ ପ୍ରଦାନ କରିଥିଲେ। ଆସନ୍ତା ୭ ଦିନ ମଧ୍ୟରେ ଶିଶୁର ଭଙ୍ଗା ହାତର ଏକ୍ସରେ କରେଇ ଦିଆଯିବା ସହ ଡାକ୍ତରଙ୍କ ପରାମର୍ଶ ମାଗଣାରେ କରିଦିଆଯିବ ବୋଲି ଶିଶୁର ପିତାଙ୍କୁ ସମାଜସେବୀ ପ୍ରକାଶ କରିଛନ୍ତି। ଚିକିତ୍ସା ପାଇ ଶିଶୁ ଖୁସିଥିବା ଜଣାପଡିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories