www.samajalive.in
Sunday, December 7, 2025
14.1 C
Bhubaneswar

ରାମଲୀଳା ମଇଦାନରେ ଧନ୍ୟବାଦ ରାଲି: ସିଏଏକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ

ନୂଆଦିଲ୍ଲୀ: ରାମଲୀଳା ମୈଦାନରେ ଆୟୋଜିତ ବିଜେପିର ଧନ୍ୟବାଦ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତା। ଜୀବନରୁ ଯେତେବେଳେ ଅନିଶ୍ଚିତତା ବାହାରି ଯାଏ, ସେତେବେଳେ ଏକ ବଡ ଚିନ୍ତା ଦୂର ହୁଏ। ତାହା କିପରି ଲାଗେ ତାହା ମୁଁ ଅନୁଭବ କରି ପାରୁଛି। ଆଜି ମୁଁ ସମସ୍ତଙ୍କ ଚେହରାରେ ତାହା ଦେଖି ପାରୁଛି। ରାମଲୀଳା ମଇଦାନ ଆଜି ତାହାର ସାକ୍ଷୀ ପାଲିଟିଛି।

ଦୂର-ଦୂରାନ୍ତରୁ ଆସିଥିବା ଲୋକଙ୍କୁ ଧନ୍ୟବାଦ ଅର୍ପଣ କରି ମୋଦୀ ନିଜର ଉଦବୋଧନ ଆରମ୍ଭ କରି କହିଥିଲେ ଯେ, ୪୦ ଲକ୍ଷ ଲୋକଙ୍କ ଜୀବନରେ ନୂଆ ସକାଳର ଆଗମନ ହୋଇଛି। ବାସହରା ହେବାକୁ ନେଇ ସେମାନଙ୍କ ମନରେ ଯେଉଁ ଚିନ୍ତା ରହିଥିଲା ତାହା ଏବେ ସମ୍ପୂର୍ଣ୍ଣ ଭାବେ ଦୂର ହୋଇଛି। ଆଜି ଦିଲ୍ଲୀବାସୀଙ୍କୁ ସମ୍ପୂର୍ଣ୍ଣ ଅଧିକାର ମିଳିଛି। ସ୍ବାଧୀନତାର ଅନେକ ବର୍ଷ ପରେ ମଧ୍ୟ ଦିଲ୍ଲୀବାସୀ ଅନିଶ୍ଚିତତା, ଭୟ, ଡର, ଛଳ, କପଟ ଓ ମିଥ୍ୟା ରାଜନୀତି ଦେଇ ଗତି କରିବାକୁ ପଡୁଛି।

- Advertisement -

ସିଏଏ ହିଂସାକୁ ନେଇ ମୋଦୀ କହିଛନ୍ତି, ଲୋକଙ୍କୁ ବିଭ୍ରାନ୍ତ କରି ଉସୁକାଇଲା ଭଳି କଥା କୁହାଗଲା ଏବଂ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରାଗଲା। ସାମାଜିକ ଗଣମାଧ୍ୟମରେ ନିଆଁ ଲାଗାଇବାକୁ ଚେଷ୍ଟା କରାଗଲା। ମିଥ୍ୟା ତଥ୍ୟ ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରି ସିଏଏ ବିରୋଧରେ ହିଂସା ପ୍ରଦର୍ଶନ କରାଗଲା। ବିରୋଧୀ ଦଳ ଉପରେ ବର୍ଷି ମୋଦୀ କହିଲେ ଯେ, ଏମାନେ ନିଜ ସ୍ବାର୍ଥ ଓ ରାଜନୀତି ପାଇଁ କୌଣସି ସ୍ତରକୁ ଖସି ପାରିବେ। ଉଚ୍ଚପଦରେ ବସିଥିବା ବ୍ୟକ୍ତିମାନେ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର କରି ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟିରେ ନିଆଁ ଲଗାଇବା ଭଳି ଅପରାଧ କାର୍ଯ୍ୟକଳାପ କଲେ। ମୁଁ ସେମାନଙ୍କ ଠାରୁ ଜାଣିବାକୁ ଚାହୁଁଛି ଯେ, ଯେତେବେଳେ ଦିଲ୍ଲୀର ଶହ ଶହ କଲୋନୀ ବାସିନ୍ଦାକୁ ସ୍ବାହବସ୍ଥା ସୁଗମତା ପ୍ରଦାନ କରାଗଲା, ସେତେବେଳେ କ’ଣ ପଚାରିଥିଲି କି ଆପଣଙ୍କ ଧର୍ମ କ’ଣ? ଆପଣ କେଉଁ ଧର୍ମ ଉପରେ ଆସ୍ଥା ରଖନ୍ତି ବା ବିଶ୍ବାସ କରନ୍ତି? ଆପଣ କେଉଁ ଦଳକୁ ସମର୍ଥନ କରନ୍ତି? ଅସାଧୁ ଲୋକ ମିଥ୍ୟା କଥା ପ୍ରଚାର କରି ମୁସଲମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି।

ପୂର୍ବ ସରକାର ଉପରେ ବର୍ଷି ମୋଦୀ କହିଛନ୍ତି ଯେ, ଗତ ସରକାର ଧନୀ ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଇଥିବା ​‌ବେଳେ ଗରିବ ଲୋକଙ୍କୁ ଛାଟ ମାରିଥିଲା। ଗତ ସରକାର ଦିଲ୍ଲୀର ସୁବଠୁ ମୂଲ୍ୟବାନ ଓ ପ୍ରତିଷ୍ଠିତ ଅଞ୍ଚଳରେ ପ୍ରାୟ ୨ ହଜାର ବଙ୍ଗଳା ଅବୈଧ ଭାବେ ନିଜ ସମ୍ପର୍କୀୟ ବା ଭିଆଇପିଙ୍କୁ ଦେଇଥିଲେ। ଆମେ ତାହାକୁ ଖାଲି କରି ଗରିବଙ୍କ ରହିବା ଉପଯୋଗ କରିଛୁ। ସେମାନଙ୍କୁ ଭିଆଇପି ମୁବାରକ୍, କିନ୍ତୁ ମୋ ଭିଆଇପି ହେଉଛନ୍ତି ଆପଣ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories