www.samajalive.in
Saturday, December 6, 2025
19.1 C
Bhubaneswar

ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ

ନୂଆଦିଲ୍ଲୀ : ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଗତ ତିନିମାସ ଧରି ନରେନ୍ଦ୍ର ଚଞ୍ଚଲ ଅସୁସ୍ଥ ହୋଇ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଡାକ୍ତରଖାନା ପ୍ରଶାସନ ଅନୁଯାୟୀ ଶୁକ୍ରବାର ଦିନ ଅପରାହ୍ଣରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗାୟକ ନରେନ୍ଦ୍ର ଚଞ୍ଚଲଙ୍କର ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଥିଲା। ନରେନ୍ଦ୍ର ଚଞ୍ଚଲ ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।
ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଭଗୀର ଶୋକ ପ୍ରକାଶ କରିଛନ୍ତି।
ସେ ଅନେକ ପ୍ରସିଦ୍ଧ ଭଜନ ସହିତ ହିନ୍ଦୀ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି। ସେ କେବଳ ଶାସ୍ତ୍ରୀୟ ସଙ୍ଗୀତରେ ନିଜର ନାମ ଅର୍ଜନ କରିନାହାଁନ୍ତି ବରଂ ଲୋକ ସଙ୍ଗୀତ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଥିଲେ।
ନରେନ୍ଦ୍ର ଚଞ୍ଚଲ ପିଲାଦିନରୁ ତାଙ୍କର ମା’ କୌଲାଶବତୀଙ୍କୁ ମାତାରାଣୀଙ୍କ ଭଜନ ଗାଇ ଶୁଣାଉଥିଲେ । ଏହି କାରଣରୁ, ଗୀତ ଗାଇବା ପ୍ରତି ତାଙ୍କର ଆଗ୍ରହ ମଧ୍ୟ ବୃଦ୍ଧି ପାଇଲା। ପିଲାଦିନେ ତାଙ୍କର ଦୁଷ୍ଟ ପ୍ରକୃତି ଏବଂ ଚତୁରତା ଯୋଗୁ ତାଙ୍କୁ ଶିକ୍ଷକମାନେ ତାଙ୍କୁ ’ଚଞ୍ଚଲ’ ବୋଲି ଡାକୁଥିଲେ। ପରେ, ନରେନ୍ଦ୍ର ତାଙ୍କ ନାମ ସହିତ ସବୁଦିନ ପାଇଁ ଚଞ୍ଚଲ ଯୋଡିଥିଲେ।
ସେ ରାଜ କପୁରଙ୍କ ଫିଲ୍ମ ‘ବବି’ରେ ’ବେସକ୍ ମନ୍ଦିର ମସଜିଦ ତୋଡୋ’ ଗୀତ ଗାଇଥିଲେ। ଏହି ଗୀତଟି ଆଜି ମଧ୍ୟ ଲୋକଙ୍କ ଦୃଦୟରେ ରହିଛି । ହିନ୍ଦୀ ଚଳଚ୍ଚିତ୍ର ’ଅବତାର’ରେ ଗାଇଥିବା ମାତାଙ୍କ ଭଜନ ’ଚାଲୋ ବୁଲାବା ଆୟା ହୈ..’ ଦ୍ୱାରା ନରେନ୍ଦ୍ରଙ୍କୁ ସ୍ୱୀକୃତି ମିଳିଥିଲା ଯାହା ତାଙ୍କୁ ରାତାରାତି ପ୍ରସିଦ୍ଧ କରିଥିଲା । ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ସେ ବେଶ ଲେକପ୍ରିୟ ଥିଲେ।
ସାମାଜିକ ଗଣ ମାଧ୍ୟମରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ତାଙ୍କ ପରଲୋକରେ ପଞ୍ଜାବୀ ଗାୟକ ଦଲେର ମେହେନ୍ଦୀ ତଥା ମୁମ୍ବାଇ ଚଳଚ୍ଚିତ୍ର ଜଗତ ସହ ଜଡିତ ଅଭିନେତାମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories