www.samajalive.in
Thursday, December 11, 2025
18.1 C
Bhubaneswar

ଉତ୍ତର ପ୍ରଦାନରେ ବିଭ୍ରାନ୍ତି କରୁଛନ୍ତି ସରକାର : ନରସିଂହ

ଭୁବନେଶ୍ୱର: ବିଧାନସଭାରେ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ନଦେଇ ତଥ୍ୟ ଲୁଚାଇବାକୁ ଉଦ୍ୟମ ହେଉଛି। ତା’ଛଡ଼ା ପ୍ରଶ୍ନ ଗୋଟିଏ ଥିବାବେଳେ ଭିନ୍ନ ଉତ୍ତର ଦିଆଯାଇ ଗୃହକୁ ବିଭ୍ରାନ୍ତି କରାଯାଉଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବୁକ୍‌ ସର୍କୁଲାର-୪୭କୁ ଠିକଣା ଭାବେ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବେ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରତିଶ୍ରୁତି ଦେଇଛନ୍ତି। ଶୂନ୍ୟକାଳରେ ଶ୍ରୀ ମିଶ୍ର କହିଥିଲେ ଯେ ଗୃହ ଯେପରି ଚାଲିଛି, ଏହା ଆଗାମୀ ଦିନରେ ଅସ୍ତିତ୍ୱ ହରାଇବ।

ମନ୍ତ୍ରୀ ବିବୃତି ଦେବା ପରେ ମଧ୍ୟ ବିଧାୟକଙ୍କୁ ଏହାର ନକଲ ଦିଆଯାଉ ନାହିଁ। କାଶୀପୁର ପ୍ରସଙ୍ଗରେ ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ଓ ଜିଲାପାଳଙ୍କ ସୂଚନାରେ ତାଳମେଳ ନାହିଁ। କାଶୀପୁର ଘଟଣା ସରକାରଙ୍କ ସଫଳ ଖାଦ୍ୟ ନିରାପତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ସେ କହିଥିଲେ। ବଲାଙ୍ଗୀରରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ଗଠନ ନେଇ ବିଧାନସଭାରେ ରାଜ୍ୟପାଳ ଘୋଷଣା କରିଥିବାବେଳେ ୮ ବର୍ଷ ପରେ ସରକାର ବିଭ୍ରାନ୍ତିକର ତଥ୍ୟ ଦେଉଥିବା ସେ ଅଭିଯୋଗ କରିଥିଲେ। ସେହିପରି ସମବାୟ ବ୍ୟାଙ୍କ ଦୁର୍ନୀତି ପ୍ରସଙ୍ଗରେ ତଥ୍ୟ ଲୁଚାଇବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରି ସେ ସରକାରଙ୍କୁ ସମାଲୋଚନା କରିଥିଲେ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories