www.samajalive.in
Monday, December 8, 2025
24.1 C
Bhubaneswar

ପଶ୍ଚିମାଞ୍ଚଳର ସମସ୍ତ ବଡ଼ ପ୍ରକଳ୍ପ କଂଗ୍ରେସ କରିଛି- ନରସିଂହ ମିଶ୍ର

ବଲାଙ୍ଗୀର : ପଶ୍ଚିମାଞ୍ଚଳର ରାଉରକେଲାରୁ ସୁନାବେଡା ଯାଏଁ ଯାହା କିଛି ବଡ଼ ବଡ଼ ପ୍ରକଳ୍ପ ତିଆରି ହୋଇଛି ସବୁ କଂଗ୍ରେସ ଅମଳରେ ହୋଇଛି। ଏପରିକି ଏ ଅଞ୍ଚଳର ସମସ୍ତ ଜଳସେଚନ ପ୍ରକଳ୍ପ କଂଗ୍ରେସ କରିଛି। ତେଣୁ କଂଗ୍ରେସ ସରକାରକୁ ଆସିଲେ ପଶ୍ଚିମାଞ୍ଚଳରେ ପୁଣି ଥରେ ଶିଳ୍ପାୟନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଆଜି(ଶୁକ୍ରବାର) ବଲାଙ୍ଗୀର ସଦର ବ୍ଲକରେ ନିର୍ବାଚନ ପ୍ରଚାରରେ ବଲାଙ୍ଗୀର ବିଧାୟକ ତଥା ବିରୋଧି ଦଳ ନେତା ନରସିଂହ ମିଶ୍ର ନିଜ ତଥା ସାଂସଦ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିବା ବେଳେ ନିଜ ଉଦବୋଧନ ବେଳେ ଏହା କହିଛନ୍ତି।

ଶୁକ୍ରବାର ବଲାଙ୍ଗୀର ବ୍ଲକ ସ୍ଥିତ ଚୁଡାପାଲି, କୁଟୁମ୍‍ଡୋଲା, ବରକାନି, ଚଡେଇମରା, ଡୁଡୁକାସିରା, ଛତ୍ରିଆପାଲି, ସିଆଲବାହାଲି, ବାନ୍ଧନଘୋର, ହରିପାଲି, ଖୁଣ୍ଟପାଲି, ଖକସାବାହାଲ, ବଡ ତେଲେନପାଲି, ଡୁଲୁସର ଠାରେ ନିର୍ବାଚନୀ ସଭାମାନଙ୍କରେ ନରସିଂହ ମିଶ୍ର ଦଳ ସପକ୍ଷରେ ପ୍ରଚାର କରିଥିଲେ। ସେ କହିଥିଲେ ରାଉରକେଲା ଷ୍ଟିଲପ୍ଲାଣ୍ଟ, ସଇଁନ୍ତଲାରେ ଗୋଳାବାରୁଦ କାରଖାନା, ବରଗଡର ସିମେଣ୍ଟ କାରଖାନା ତଥା ସୁନାବେଡାର ମିଗ୍‍ ବିମାନ କାରଖାନା କଂଗ୍ରେସ ଅମଳରେ ହୋଇଥିଲା। କେବଳ ଶିଳ୍ପ ନୁହେଁ ଚାଷୀମାନଙ୍କର ପାଇଁ ଜଳ ସେଚନ ସୁବିଧା ପାଇଁ ହିରାକୁଦ, ଇନ୍ଦ୍ରାବତି, ଅପର କୋଲାବ ଆଦି ପ୍ରକଳ୍ପ କୃଷକଙ୍କ ହିତ ପାଇଁ କେବଳ କଂଗ୍ରେସ ସରକାର ହିଁ କରିଛି। ୧୯ ବର୍ଷ ଶାସନ ଭିତରେ ବିଜେଡି ସରକାର ଗୋଟିଏ ବି ଜଳସେଚନ ପ୍ରକଳ୍ପ କି ଯୁବକଙ୍କ ରୋଜଗାର ସୃଷ୍ଟି ପାଇଁ ଶିଳ୍ପ ପ୍ରତିଷ୍ଠା କରିପାରି ନାହିଁ। ଏମାନେ କେବଳ ମିଛ କହିବେ। କେନ୍ଦ୍ର ହେଉ କି ରାଜ୍ୟ ହେଉ ଚାଷୀ, ଯୁବକ, ମହିଳାଙ୍କ ପ୍ରତି ଏମାନଙ୍କର ଦରଦ ନାହିଁ। ଆମେ ସରକାରକୁ ଆସିଲେ ପ୍ରତିଶ୍ରୁତି ମୁତାବକ ସବୁ ବର୍ଗର ଲୋକଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ। ଚାଷୀଙ୍କ ଋଣ ଛାଡ, ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଋଣ ଛାଡ, ବେକାରୀ ଭତ୍ତା, ବାର୍ଦ୍ଧକ୍ୟ /ବିଧବା ଭତ୍ତା ୧୫୦୦ ଟଙ୍କା। ଗରିବ ପରିବାରକୁ ବାର୍ଷିକ ୭୨ହଜାର ଟଙ୍କା ଏବଂ ଗରିବ ଝିଅ ବାହାଘର ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି କଂଗ୍ରେସ ସରକାର ଆସିଲେ ନିଶ୍ଚିତ କରିବ। ଆମେ ପ୍ରତିଶ୍ରୁତି ଦେଉଛୁଁ ବୁଡି ଅଞ୍ଚଳର ବିସ୍ଥାପିତଙ୍କ ପାଇଁ ସରକାରକୁ ଆସିଲେ ୨୦୧୩ ଆଇନ ଅନୁସାରେ କ୍ଷତିପୁରଣ ଦିଆଯିବ। ତେଣୁ ଆଗାମୀ ନିର୍ବାଚନରେ ଏ ଅଞ୍ଚଳର ସମସ୍ତ ଜନସାଧାରଣ କଂଗ୍ରେସ ଦଳକୁ ଭୋଟ ଦିଆନ୍ତୁ ବୋଲି ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories