ନରହରି ସେଠୀ କଟକର ନୂଆ ଜିଲାପାଳ
କଟକ: କଟକ ପାଇଲା ନୂଆ ଜିଲାପାଳ। କଟକ ଜିଳାପାଳ ଭବାନୀ ଶଙ୍କର ଚୟନୀଙ୍କର ଉଚ୍ଚଶିକ୍ଷା ବିଭାଗକୁ ବଦଳି ହୋଇଛି ଏବଂ ତାଙ୍କ ସ୍ଥାନରେ ନରହରି ସେଠୀ କଟକର ନୂଆ ଜିଲାପାଳ ହୋଇଛନ୍ତି। ଏନେଇ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନା ଅନୁସାରେ, ଭବାନୀ ଶଙ୍କର ଚୟନୀଙ୍କୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେହିପରି ଏବେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଥିବା ନରହରି ସେଠୀଙ୍କୁ କଟକ ଜିଲାପାଳ ଭାବେ ଗୁରୁଦାୟିତ୍ବ ଦିଆଯାଇଛି।
Comments are closed.