www.samajalive.in
Sunday, December 14, 2025
26.1 C
Bhubaneswar

ନମିତା ଟପ୍ପୋ ପାଇବେ ‘ଏକଲବ୍ୟ’ ପୁରସ୍କାର

ଭୁବନେଶ୍ବର : ଇମ୍ପା ଗ୍ରୁପ୍‌ ଦ୍ବାରା ପରିଚାଳିତ ଇଣ୍ଡିଆନ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦପ୍ତ ସମ୍ମାନଜନକ ଏକଲବ୍ୟ ପୁରସ୍କାର -୨୦୨୦ ପାଇଁ ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋ ମନୋନୀତ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକରେ ନମିତାଙ୍କୁ ୨୮ତମ ଏକଲବ୍ୟ ପୁରସ୍କାର ପ୍ରଦାନ ଲାଗି ସର୍ବସମ୍ମତିକ୍ରମେ ମନୋନୟନ କରାଯାଇଛି। ସେହିପରି ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଓ ଭାରୋତ୍ତୋଳକ ସ୍ନେହା ସୋରେନଙ୍କୁ ଶାନ୍ତ୍ବନାମୂଳକ ପୁରସ୍କାର ସହ ସମ୍ମାନିତ କରାଯିବ ।

ଆଗକୁ ଆୟୋଜିିତ ହେବାକୁ ଥିବା ସ୍ବତନ୍ତ୍ର ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ନମିତା ଟପ୍ପୋଙ୍କୁ ପୁରସ୍କାର ସ୍ବରୂପ ୫ ଲକ୍ଷ ଟଙ୍କା ଓ ମାନପତ୍ର , ଋତୁପର୍ଣ୍ଣା ପଣ୍ଡା ଓ ସ୍ନେହା ସୋରେନଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯିବ । ଆନ୍ତର୍ଜାତୀକ ପ୍ରତିଯୋଗିତାରେ ଭାରତରୁ ପ୍ରତନିଧ୍ୱତ୍ୱ କରି ସମ୍ମାନ ଆଣିବା ସହ ଅନ୍ତର୍ଜାତୀୟ କ୍ରୀଡ଼ା କ୍ଷେତ୍ରରେ ସଫଳତା ଓ ନିୟମିିତ ଭାବେ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରି ଆସୁଥିବାରୁ ଟ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯିବ।

- Advertisement -

ସୂଚନାଯୋଗ୍ୟ ଯେ, ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ ଇମ୍ପା ଗ୍ରୁପ୍‌ ଦ୍ବାରା ପରିଚାଳିତ ଇଣ୍ଡିଆନ ପବ୍ଲିକ ଚାରିଟେବଲ ଟ୍ରଷ୍ଟ)ଇମ୍ପାକ୍ଟ) ଦ୍ବାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୟମାନ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଉଦେଶ୍ୟରେ ଇମ୍ପାକ୍ଟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories