www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ ନଖ ସହ ଜଡ଼ିତ କିଛି ଜଣାଅଜଣା କଥା

ସଭିଏଁ ନଖକୁ ସୁନ୍ଦର କରି ରଖିଥାଆନ୍ତି। ଏହା ପ୍ରାୟ ଆପଣ ଦେଖିଥିବେ। ମାତ୍ର ନଖର ଆକାର ଓ ଏହାର ରଙ୍ଗ ଆପଣଙ୍କର ଆର୍ଥିକ ସ୍ଥିତି, ସ୍ୱଭାବ ବିଷୟରେ ବହୁ କିଛି ଜଣାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନଖ ସହ ଜଡ଼ିତ କିଛି କଥା କୁହାଯାଇଛି। ଜାଣନ୍ତୁ ତାହା କ’ଣ….
ଯେଉଁମାନଙ୍କର ନଖ ସାଧରଣ ହଳଦିଆ ରଙ୍ଗର ହୋଇଥାଏ, ସେମାନଙ୍କ ଜୀବନରେ ଛୋଟ ବଡ଼ ସମସ୍ୟା ଲାଗି ରହିଥାଏ।
ଯେଉଁମାନଙ୍କ ନଖ ସାମାନ୍ୟ ଲାଲ ରଙ୍ଗ ଓ ଚିକ୍କଣ ହୋଇଥାଏ, ଏଭଳି ନଖକୁ ଉତ୍ତମ ନଖ କୁହାଯାଏ। ଏଭଳି ନଖ ଥିବା ବ୍ୟକ୍ତିମାନଙ୍କର ଧନବୃଦ୍ଧି ହୋଇଥାଏ।
ନଖର ଆକାର ଆଙ୍ଗୁଠିର ସାମାନ୍ୟ ଆଗକୁ ସରୁ ହୋଇ ରହିଥିଲେ ମଧ୍ୟ ଏହାକୁ ଉତ୍ତମ ନଖ ବୋଲି କୁହାଯାଏ। ଏଭଳି ନଖ ଥିବା ମହିଳାମାନେ ଭାଗ୍ୟଶାଳୀ ଅଟନ୍ତି।
ଯେଉଁ ମହିଳାମାନଙ୍କର ନଖର ରଙ୍ଗ ସାମାନ୍ୟ ଗୋଲାପି , ଚିକ୍କଣ ହୋଇଥାଏ ସେମାନଙ୍କୁ ମଧ୍ୟ ଭାଗ୍ୟଶାଳୀ ମହିଳା କୁହାଯାଏ। ଏଭଳି ମହିଳାଙ୍କର ଜୀବନରେ ସଫଳତା ଶୀଘ୍ର ପାଇଥାଆନ୍ତି। ଏମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ଯେଉଁ ପୁରୁଷ ମାନଙ୍କ ଆଙ୍ଗୁଠିର ଶେଷ ଅଂଶ ଠାରୁ ନଖ ଅଧିକ ଉପରକୁ ଅଧିକ ଯାଇନଥାଏ, ସେମାନେ ଜୀବନରେ ନିଜ ପରିଶ୍ରମ ଦ୍ୱାରା ସଫଳତା ପ୍ରାପ୍ତି କରିଥାଆନ୍ତି।
ନଖ ଆବଶ୍ୟକତା ଠାରୁ ଅଧିକ ପତଳା ହେଲେ ଓ ସହଜରେ ଭାଙ୍ଗି ଗଲେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥାଏ।
ଯେଉଁମାନଙ୍କର ମଧ୍ୟମା ଆଙ୍ଗୁଠିର ନଖ ଅଧିକ ଦୁର୍ବଳ ସେଭଳି ବ୍ୟକ୍ତି ପରିଶ୍ରମ ଅନୁଯାୟୀ ଆଶାନୁରୂପକ ଧନ ସଞ୍ଚୟ କରିପାରନ୍ତି ନାହିଁ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories