www.samajalive.in
Sunday, December 14, 2025
26.1 C
Bhubaneswar

ଏପ୍ରିଲ ୩ରେ ୩ଟି ଏନ୍ଏସିରେ ଭୋଟ, ଲାଗୁ ହେଲା ଆଚରଣ ବିଧି

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୩ ତାରିଖରେ ବରଗଡ଼ ଜିଲାର ଅତାବିରା, ନୂଆପଡ଼ା ଓ ଢ଼େଙ୍କାନାଳ ଜିଲାର ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାଚନ ହେବ। ଏ ନେଇ ରାଜ୍ୟ ନିର୍ବାଚନ କମିଶନର ନବ କୁମାର ନାୟକ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିସହ ଉପରୋକ୍ତ ୩ ଏନଏସିରେ ନିର୍ବାଚନୀ ଆଚରଣ ବିଧି ଲାଗୁ କରାଯାଇଛି। ମାର୍ଚ୍ଚ ୯ରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନ ଅଧିକାରୀ ନିର୍ବାଚନ ନେଇ ବିଜ୍ଞପ୍ତି ଜାରି କରିବେ। ମାର୍ଚ୍ଚ ୧୩ରୁ ୧୭ ମଧ୍ୟରେ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରେ ଦାଖଲ କରିବେ।
ମାର୍ଚ୍ଚ ୧୯ ପୂର୍ବାହ୍ନ ୧୧ଟା ଠାରୁ ନାମାଙ୍କନ ପତ୍ର ଯାଞ୍ଚ ହେବ। ମାର୍ଚ୍ଚ ୨୦ ପୂର୍ବାହ୍ନ ୧୧ଟାରେ ବୈଧ ପ୍ରାର୍ଥୀ ତାଲିକା ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରେ ପ୍ରକାଶ ପାଇବ। ମାର୍ଚ୍ଚ ୨୨ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀମାନେ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ମାର୍ଚ୍ଚ ୨୨ ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦିତା କରିବାକୁ ଥିବା ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ, ଏନ୍‌ଏସସ କାର୍ୟ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଏବଂ ସମ୍ପୃକ୍ତ ଏନ୍‌ଏସିର ସମସ୍ତ ଓ୍ଵାର୍ଡରେ ପ୍ରକାଶ ପାଇବ। ଏପ୍ରିଲ ୩ ପୂର୍ବାହ୍ନ ୮ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ନିର୍ଦ୍ଧାରିତ ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ହେବ। ଏପ୍ରିଲ ୫ରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଧାର୍ୟ୍ୟ କେନ୍ଦ୍ରରେ ଭୋଟ ଗଣତି କାର୍ୟ୍ୟ ପୂର୍ବାହ୍ନ ୮ଟାରୁ ଆରମ୍ଭ ହୋଇ ଶେଷ ପର୍ୟ୍ୟନ୍ତ ଚାଲିବ ଓ ଫଳାଫଳ ଘୋଷଣା କରାଯିବ। ସେହିଭଳି ଏପ୍ରିଲ ୧୨ରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଏବଂ ଏପ୍ରିଲ ୩୦ରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories