www.samajalive.in
Monday, December 8, 2025
20.1 C
Bhubaneswar

ବାସ୍ତୁ ଅନୁଯାୟୀ ମା’ଙ୍କ ନବରାତ୍ରୀ ପୂଜା

କିଛି ଦିନ ମଧ୍ୟରେ ଦେବୀ ମା’ଙ୍କ ଆରାଧାନାର ପର୍ବ ନବରାତ୍ରୀର ପ୍ରାରମ୍ଭ ହେବ। ଏହି ନଅ ଦିନରେ ମା’ଙ୍କର ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଇଥାଏ। ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ କରିବା ପୂର୍ବରୁ ବାସ୍ତୁ ସହ ସମ୍ବନ୍ଧୀତ କେତେକ କଥାର ଧ୍ୟାନ ରଖିବା ଆବଶ୍ୟକ। ଏହା ଦ୍ୱାରା ପୂଜାର ଶୁଭ ଫଳ ମିଳିଥାଏ। ଜାଣନ୍ତୁ ତାହା କଣ ….

ନବରାତ୍ରୀ ଆରମ୍ଭ ହେବା ପୂର୍ବରୁ ନିଜ ଘର ଏବଂ ପୂଜା କରିବା ସ୍ଥାନକୁ ଭଲ ଭାବେ ସଫା କରିବା ଆବଶ୍ୟକ।

- Advertisement -

ଏହି ନଅ ଦିନ ଯାକ ଗୃହର ମୁଖ୍ୟ କବାଟରେ ହଳଦୀ ଓ ଚୂନରେ ସ୍ୱସ୍ତିକ ଚିହ୍ନ କରିବା ଅତ୍ୟନ୍ତ ଶୁଭ ଅଟେ। ଏପରି କଲେ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଐଶାନ୍ୟ କୋଣରେ ଦେବାଦେବୀଙ୍କ ବାସ ହୋଇଥାଏ। ତେଣୁ ନବରାତ୍ରୀରେ ଏହି କୋଣରେ ମା’ଙ୍କ ପ୍ରତିମା, ଆସ୍ଥାନ ଓ କଳସକୁ ସ୍ଥାପନ କରିବା ଉଚିତ। ଏହା ଦ୍ୱାରା ମା’ଙ୍କ ବିଶେଷ କୃପା ହୋଇଥାଏ।

ମା’ଙ୍କ ନିକଟରେ ଅଖଣ୍ଡ ଜ୍ୟୋତି ପ୍ରଜ୍ୱଳିତ କରିବା ଦ୍ୱାରା ଗୃହରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

ବାସ୍ତୁ ଶାସ୍ତ୍ରରେ ଚନ୍ଦନକୁ ବହୁତ ଶୁଭ ଏବଂ ସକରାତ୍ମକ ଶକ୍ତିର କେନ୍ଦ୍ର ବୋଲି ମାନ୍ୟତା ରହିଛି। ତେଣୁ ମା’ଙ୍କ ଆସ୍ଥାନ ଚନ୍ଦନର କାଠରେ ନିର୍ମିତ ହେବା ଅତ୍ୟନ୍ତ ଶୁଭ ହୋଇଥାଏ।

ନବରାତ୍ରୀ ପୂଜା ସମୟରେ ଭକ୍ତଙ୍କ ମୁଖ ପୂର୍ବ ଦିଗରେ ରହିବା ଆବଶ୍ୟକ। କାରଣ ଏହି ଦିଗକୁ ଶକ୍ତି, ସମ୍ପନ୍ନତା ଏବଂ ସୂର୍ଯ୍ୟଙ୍କ ପ୍ରତୀକ ବୋଲି କୁହାଯାଏ।

ନଅ ଦିନ ଯାକ ମା’ଙ୍କୁ ଲାଲ ରଙ୍ଗର ବସ୍ତ୍ର ଏବଂ ପୂଜା ସାମଗ୍ରୀ ଅର୍ପଣ କରିବା ଉଚିତ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories