www.samajalive.in
Sunday, December 14, 2025
26.1 C
Bhubaneswar

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ନବରଙ୍ଗପୁର ଗସ୍ତ, କୋଭିଡ ସ୍ଥିତି ନିୟନ୍ତ୍ରଣ ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ

ନବରଙ୍ଗପୁର: ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଏ. ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାରେ ମହାମାରୀ କାରୋନାର ନିୟନ୍ତ୍ରଣ ସ୍ଥିତି, ଟୀକାକରଣ, ଉନ୍ନତ ସ୍ବାସ୍ଥ୍ୟ ସେବା, ଆରଟିପିସିଆର ଟେଷ୍ଟିଂ, ଅମ୍ଳଜାନ ପ୍ଲାଣ୍ଟ, ବିଜୁ ଏକ୍ସପ୍ରେସ, ଭାରତ ମାଳା ପ୍ରକଳ୍ପ, ରାଜସ୍ୱ ଆୟ ଇତ୍ୟାଦି ବିଷୟରେ ସମୀକ୍ଷା କରିଥିଲେ। ବିଶେଷକରି ଗ୍ରାମାଞ୍ଚଳରେ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇ. ଇ. ସି) କାର୍ୟ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ବ୍ୟାପକ ସଚେତନ କରି ଟୀକା କରଣ କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର କରୋନାର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ନିଆଯାଇଥିବା ବିଭିନ୍ନ କାର୍ୟ୍ୟକ୍ରମ, ଏବଂ ଜିଲ୍ଲା ରେ ଚାଲିଥିବା ଉନ୍ନୟନ ମୂଳକ କାର୍ୟ୍ୟକ୍ରମ ସମ୍ପର୍କରେ ରାଜସ୍ବ କମିଶନର ଙ୍କୁ ଅବଗତ କରାଇଥିଲେ। ସମୀକ୍ଷା ବୈଠକ ପରେ ରାଜସ୍ବ କମିଶନର ଜିଲ୍ଲା ଚିକିତ୍ସାଲୟ ପରିଦର୍ଶନ କରି ଆର୍ଟିପିସିଆର ପରୀକ୍ଷା କେନ୍ଦ୍ର, ଆଇସିୟୁ, ଜିଲ୍ଲା ଚିକିତ୍ସାଳୟ ଉପର ମହଲାରେ ନିର୍ମାଣାଧୀନ ଥିବା ବର୍ଦ୍ଧିତ ୨୦୦ ଶଯ୍ୟା ବିଶିଷ୍ଟ ୱାଡ, ଜିଲ୍ଲା ଚିକିତ୍ସଲୟ ପରିସର ମଧ୍ୟରେ ନିର୍ମାଣଧୀନ ଥିବା ଅମ୍ଳଜାନ ପ୍ଲାଣ୍ଟ, ବୁଲି ଦେଖିବା ସହିତ ନବରଙ୍ଗପୁର ଦହଣା, ଦିଗସଲପା ରାସ୍ତା କୁ ସଂଯୋଗ କରୁଥିବା ଲୋକାଲ ନଳା ଉପରେ ୩ କୋଟି ୭୪ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣାଧୀନ ଥିବା ଏଚଏଲ୍ ବ୍ରିଜ କାମ ଦେଖିଥିଲେ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ୟ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ, ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ, ଉପଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ଶୋଭା ରାଣୀ ମିଶ୍ର, ନିର୍ବାହୀ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories