www.samajalive.in
Saturday, December 6, 2025
26.1 C
Bhubaneswar

ନବରଙ୍ଗପୁରରେ ଆଜି ୩୬୨ କରୋନା ଆକ୍ରାନ୍ତ ଚିହ୍ନଟ, କୋଭିଡ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ କରୋନା ମହାମାରୀର ସ୍ଥିତି ଅବସ୍ଥା ଅସମ୍ଭାଳ ହେଉଥିବାବେଳେ ମଙ୍ଗଳବାରଦିନ ପୁଣି ୩୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଆଜି ଜଣଙ୍କର କୋଭିଡ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଜିଲାରେ ଦୁଇଜଣ ପୁଲିସ ଅଧିକାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛିା ଜିଲାରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା କମୁନଥିବାବେଳେ ଏହା ଜିଲାବାସୀଙ୍କୁ ଚିନ୍ତିରେ ପକାଇଦେଇଛି। ଗତ ସପ୍ତାହ ମଧ୍ୟରେ ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୨୪୯୧ ରହିଥିବା ସୋମବାର ଦିନ ୩୨୨ ଜଣ ଓ ମଙ୍ଗଳବାର ଦିନ ୩୬୨ ଜଣ ଆକ୍ରାନ୍ତ ହୋଇଛନ୍ତି।

 

- Advertisement -

ଗତ ଏପ୍ରିଲ ୨୮ ତାରିଖରୁ ଆକ୍ରାନ୍ତ ସଂଖ୍ୟା ୩୦୦ ରୁ ଅଧିକ ରହୁଛି। ନବରଙ୍ଗପୁର ଜିଲାରେ ମୋଟ ୨୭୨୮୪୭ ଜଣଙ୍କର ନମୁନା (ସ୍ୱାବ)ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୮୪୯୯ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୧୫୦୨୬ଜଣ ସୁସ୍ଥ ହୋଇଛନ୍ତି। ଏବେ ମୋଟ ୩୩୩୭ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସେଥିମଧ୍ୟରୁ ୩୦୬୮ ଜଣ ନିଜଘରେ ସଙ୍ଗରୋଧରେ ରହିଛନ୍ତି। ଅନ୍ୟ ୨୬୯ଜଣ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ସହିତ ଜିଲା ଓ ଜିଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୋଟିଏଦିନ ୧୬୦୨ ଜଣଙ୍କର ନମୁନା ପରୀକ୍ଷାରୁ ମଙ୍ଗଳବାରଦିନ ଜିଲାରେ ମୋଟ ୩୬୨ଜଣ ଆକ୍ରାନ୍ତ ହୋଇଥିବା ଜିଲା ପ୍ରଶାସନର ତଥ୍ୟରୁ ଜଣାଯାଇଛି। ଆଜି ଉମରକୋଟ ବ୍ଲକରେ ସର୍ବାଧିକ ୭୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ଚନ୍ଦାହାଣ୍ଡିବ୍ଳକରେ ୩୫ ଜଣ, ରାଇଘରବ୍ଳକରେ ୫୨ ଜଣ, ଝରିଗାଁବ୍ଳକରେ ୩୦ଜଣ, ଉମରକୋଟ ପୈାରାଞ୍ଚଳରେ ୨୭ଜଣ, ନବରଙ୍ଗପୁର ପୈାରାଞ୍ଚଳରେ ୪୨ଜଣ, ନବରଙ୍ଗପୁରବ୍ଳକରେ ୧୭ଜଣ, ଡାବୁଗାଁବ୍ଲକରେ ୨ଜଣ, ପାପଡାହାଣ୍ଡିବ୍ଳକରେ ୩୦ଜଣ, କୋଷାଗୁମୁଡାବ୍ଳକରେ ୧୦ଜଣ ଓ ତେନ୍ତୁଳିଖୁଣ୍ଟି ବ୍ଳକରେ ୮ଜଣ ଆକ୍ରାନ୍ତ ଓ ନନ୍ଦାହାଣ୍ଡିବ୍ଳକରେ ୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories