www.samajalive.in
Saturday, December 6, 2025
19.1 C
Bhubaneswar

ନବରଙ୍ଗପୁର ଜିଲାରେ ପ୍ରତିଷ୍ଠା କରାଯିବ ୧୦୦ ନୂଆ ଅଙ୍ଗନବାଡ଼ି କେନ୍ଦ୍ର

ନବରଙ୍ଗପୁର: ନବରଙ୍ଗପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ସହିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୋଡାଲ ଅଧିକାରୀ, ପିଡି ଡିଆରଡିଏ ରମାକାନ୍ତ ନାୟକ, ଉପ ଜିଲାପାଳ ଭାସ୍କର ରୋଇତ, ଏପିଡ଼ି ଡିଆରଡିଏ ରତ୍ନାକର ସାହୁ, ଜରୁରୀ କାଳୀନ ଅଧିକାରୀ ମୌସୁମୀ ନାୟକ, ମଙ୍ଗଳ ଅଧିକାରୀ ସୁରେଶ ପଟନାୟକ, ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ନିୟୋଜନ ଅଧିକାରୀ ତତ୍ତ୍ୱମସି ମହାପାତ୍ର, ମୁଖ୍ୟ ଚିକିତ୍ସା ଅଧିକାରୀ ଚୌଧୁରୀ ଶୋଭାରାଣୀ ମିଶ୍ର, ସମାଜ କଲ୍ୟାଣ ଅଧିକାରୀ ମେହେରୁ ମିଶା ବେଗମ, ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ନାରାୟଣ ବେହେରା, ଜିଲା ଶିଳ୍ପ କେନ୍ଦ୍ର ମହା ପ୍ରବନ୍ଧକ ଇ ଈ ରାଓ ସୁବୁଦ୍ଧି , ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ, ଶିକ୍ଷା ଅଧିକାରୀ ଚନ୍ଦ୍ର ଶେଖର ପାଣିଗ୍ରାହୀ, ଉଦ୍ୟାନ ବିଭାଗ ଉପ ନିର୍ଦେଶକ ପ୍ରଦୋଷ ପଣ୍ଡା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।

 

- Advertisement -

ବୈଠକରେ ନବରଙ୍ଗପୁର ଜିଲ୍ଲାରେ ସରକାର ଙ୍କ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଓ ବିକାଶ ମୁଖୀ କାର୍ୟ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ରାଜ୍ୟ ସରକାରଙ୍କ ଅନୁମଦନ କ୍ରମେ ନବରଙ୍ଗପୁର ଜିଲାରେ ୧୦୦ ଗୋଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା କରାଯିବ। ଆସନ୍ତା ମାର୍ଚ୍ଚ ୧୫ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସଂପୃକ୍ତ ଅଧିକାରୀ ମାନଙ୍କୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ଆସନ୍ତା ୨୩ ତାରିଖ ଦିନ ଛତୁଆ ପ୍ରସ୍ତୁତ କେନ୍ଦ୍ରକୁ ପରିଦର୍ଶନ କରିବା ପାଇଁ ନୋଡାଲ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାରେ ୧୦ ଗୋଟି ସ୍କୁଲରେ ହେବାକୁ ଥିବା ସ୍ମାର୍ଟ ଶ୍ରେଣୀ ଗୃହର ଆନୁସଙ୍ଗିକ ସୁବ୍ୟବସ୍ଥା କରିବାକୁ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କ ସହିତ ସମ୍ପୃକ୍ତ ନୋଡାଲ ଅଧିକାରୀ ଯୋଗାଯୋଗ କରି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲାପାଳ ନିର୍ଦେଶ ଦେଇଥିଲେ। ଜିଲା ସମାଜ କଲ୍ୟାଣ ବିଭାଗ ଅଧୀନରେ କାର୍ୟ୍ୟ ରତ ଥିବା କରୋନା ଟୀକା ନେଇନଥିବା ସମୁଖଃ କରୋନା ଯୋଦ୍ଧାଙ୍କ ନାମ ତାଲିକା ଯଥା ଶୀଘ୍ର ପ୍ରସ୍ତୁତ କରିବା ପାଇଁ ଜିଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଜିଲାପାଳ ନିର୍ଦେଶ ଦେଇଥିଲେ। ଏଥି ସହିତ ନବରଙ୍ଗପୁର ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟର ସୌନ୍ଦର୍ୟ୍ୟ କରଣ ନିମନ୍ତେ ଆବଶ୍ୟକୀୟ ଚୁନ ମାରିବା ପାଇଁ ନିର୍ବାହୀ ଯନ୍ତ୍ରୀ, ଗୃହ ନିର୍ମାଣ ବିଭାଗ, ନବରଙ୍ଗପୁର କୁ ନିର୍ଦେଶ ଦେଇଥିଲେ ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories