www.samajalive.in
Friday, December 12, 2025
23.1 C
Bhubaneswar

ଭିଜିଲାନ୍ସ ଦ୍ୱାରା ଆଇଟିଡିଏର ତିନିଯନ୍ତ୍ରୀ ଅଟକ ମାମଲା : ଜଣେ ଫସିଲେ, ଦୁଇଜଣ ଖସିଲେ

ନବରଙ୍ଗପୁର : ନବରଙ୍ଗପୁର ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ୩ଜଣ ସହକାରୀ ଯନ୍ତ୍ରୀ ଗୁରୁବାର ଦିନ ଭିଜିଲାନ୍ସ ହାତରେ ଧରାପଡିଥିବାବେଳେ ସେମାନଙ୍କର ନିକଟରୁ ୩ଲକ୍ଷ ୯ହଜାର ୪୦୦ ଟଙ୍କା ଜବତ କରାଯାଇଥିଲା। ତେବେ ଏହି ଟଙ୍କା ବେନିୟମଭାବେ କୋଷାଗୁମୁଡା ଓ ଡାବୁଗାଁ ବ୍ଳକ ଦାୟୀତ୍ୱରେ ଥିବା ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନଙ୍କର ବୋଲି ଜଣାପଡିବା ତାଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ୨୮/୨୦ ରେ ଆୟ ବର୍ହିଭୂତ ସମ୍ପତ୍ତି ମାମଲାରୁଜୁ କରି ଗିରଫ କରି ଜୟପୁର ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଛି।

ଏହା ପରେ ଆଇଟିଡିଏର ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ ଓ ଅନ୍ୟତମ ସହକାରୀଯନ୍ତ୍ରୀ ଉମରକୋଟର ବୈକୁଷ୍ଠ ନାଥ ବେହେରାଙ୍କୁ ଛାଡି ଦେଇଛି। ଆଜି ଜୟପୁର ଭିଜିଲାନ୍ସ ଅତିରିକ୍ତ ଏସ୍‍ପି ଦେବନାରାୟଣ ଦାଶ, ଭବାନୀପାଟଣା ଡିଏସପି ସତ୍ୟବାନ ମହାନନ୍ଦ, ଜୟପୁର ଡିଏସପି ସୁରେନ୍ଦ୍ର ନାଥ ପାଣିଗ୍ରାହୀ,ମାଲକାନଗିରି ଡିଏସପି ସୁଶାନ୍ତ ବିଶ୍ୱାଳ ଓ ନବରଙ୍ଗପୁର ଭାରପ୍ରାପ୍ତ ଡିଏସପି କଳାବତୀ ବାଗ ପ୍ରମୂଖ ଉପସ୍ଥିତ ରହି ଜେରା କରିଥିଲେ। ତେବେ ସହକାରୀ ଯନ୍ତ୍ରୀ ଶ୍ରୀପ୍ରଧାନ ଏହି ଟଙ୍କା ତାଙ୍କର ବୋଲି କହିବା ସହ ସେ ବ୍ୟାଙ୍କରୁ ଆଣିଥିବା କହିଥିଲେ। ତେବେ ଭିଜିଲାନ୍ସ ଟିମ ବ୍ୟଙ୍କକୁ ଯାଇ ତଦନ୍ତ କରିବା ପରେ ଗତ ୨୦ଦିନ ଧରି ତାଙ୍କର ଆକାଉଣ୍ଟରୁ କୈାଣସି ଟଙ୍କା କାରବାର ହୋଇ ନଥିବା ଜଣାପଡିଥିଲା।

- Advertisement -

ତେବେ ଏହି ଟଙ୍କାନେଇ କୈାଣସି ନିର୍ଦ୍ଦିଷ୍ଟ ତଥ୍ୟ ଦେଇ ନପାରିବାରୁ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିବା ସ୍ପଷ୍ଟ କରିଛି। ତେବେ ଅନ୍ୟଦୁଇ ଜଣଯନ୍ତ୍ରୀ ଭିଜିଲାନ୍ସ ହାତରୁ ଖସିବା ନେଇ ବିଭିନ୍ନ ମହଲରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି। ଜାଣି ଶୁଣି ଏହିଦୁଇଜଣଙ୍କୁ ଖସାଇ ଦେବା ସହ କେବଳ ଜଣକୁ ଫସାଇଦିଆଯାଇଥିବା ଆଲୋଚନା ହେଉଛି। ଖସିଯାଇଥିବା ଏହିଦୁଇଜଣ ଯନ୍ତ୍ରୀ ଦୀର୍ଘବର୍ଷ ଧରି ନବରଙ୍ଗପୁର ଆଇଟିଡିଏରେ କାର୍ଯ୍ୟକରୁଥିବାବେଳେ ଏମାନେ ମଧ୍ୟ ଦୁର୍ନୀତିରେ ଲିପ୍ତ ରହିଥିବା ଅଭିଯୋଗ ହେଉଛି। ବିଭାଗୀୟ ଗୋଟିଏ ସରକାରୀ ଗାଡିରେ ଗୋଟିଏ ବ୍ୟାଗରେ ଏହି ଟଙ୍କା ରହିଥିବାବେଳେ ଗାଡିରେ ତିନିଜଣ ଯନ୍ତ୍ରୀ ରହିଥିଲେ ହେଁ କେବଳ ଜଣକୁ ହିଁ ଦାୟୀ କରାଯାଇ ଗିରଫ କରିବା ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଠିଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories