www.samajalive.in
Saturday, December 6, 2025
19.1 C
Bhubaneswar

ସଂଚୟ ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ 

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ବିଶ୍ୱ ମିତ ଵ୍ୟୟୀତା ଦିବସ ପାଳନ ଅବସରରେ ମିତ୍ୟ ଵ୍ୟୟୀ ହୋଇ ସଞ୍ଚୟ କରନ୍ତୁ, ଅଯଥା ଖର୍ଚ୍ଚ ରୁ ଦୁରେଇ ରୁହନ୍ତୁ, ସମ୍ପର୍କରେ ଜିଲ୍ଲାରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ସଞ୍ଚୟ ରଥ ପରିକ୍ରମାର ଶୁଭାରମ୍ଭ ନବରଙ୍ଗପୁର ଜିଲ୍ଲାପାଳଙ୍କ ଦ୍ଵାରା କରାଯାଇଛି। ଏହି ସଚେତନତା ଅଭିଯାନରେ ଯେକୌଣସି ସନ୍ଧିଗ୍ଧ, ଅଣ ବ୍ୟାଙ୍କିଙ୍କ, ବେସରକାରୀ, ଅର୍ଥ ଲଗାଣକାରୀ ସଂସ୍ଥା ଠାରୁ ଦୁରେଇ ରହି ଠକାମି ପଶ୍ଚାତପ ରୁ ମୁକ୍ତ ରହି ଡାକଘର ଓ ରାଷ୍ଟ୍ରାୟତ ବ୍ୟାଙ୍କ ଭଳି ଭାରତୀୟ ରିଜେର୍ଭେ ବ୍ୟାଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନ ରେ ହିଁ ସଞ୍ଚୟ କରନ୍ତୁ ବୋଲି ଜିଲ୍ଲାପାଳ ଡଃ ମିଶ୍ର ପରାମର୍ଶ ଦେଇଥିଲେ।
ଏହି ସଞ୍ଚୟ ରଥ ଜିଲ୍ଲାର ସମସ୍ତ ବ୍ଲକ କୁ ପରିକ୍ରମା କରି ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥିର କରାଯାଇଛି । ଏହି କାର୍ୟ୍ୟକ୍ରମ ରେ ଜିଲ୍ଲାପାଳ ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ଭାସ୍କର ରଇତ, ଡେପୁଟି ଜିଲ୍ଲାପାଳ ନିର୍ମଳ ନାୟକ, ଅନାମିକା ପାଣ୍ଡେ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମୌସୁମୀ ନାୟକ, ସହାୟକ ଜିଲାପାଳ, ବାବୁଲାଲ ସାମଲ, ପୁଷ୍ପାଞ୍ଜଳି ଦଣ୍ଡପାଟ, କମଲେସ ମହନ୍ତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ହଳଧର ନିହାଲ, ଜିଲ୍ଲା କ୍ରୀଡା ଓ ସଂସ୍କୃତି ଅଧିକାରୀ ମହେନ୍ଦ୍ର କୁମାର ସାହୁ, ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧିକାରୀ,ବିଶ୍ୱ ରଞ୍ଜନ ଭୁକ୍ତା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁଧାଂଶୁ ଶେଖର ପାତ୍ର, ସେକ୍ସନ ଅଫିସର, ପି ହରି, ଭଗବାନ ପାଣିଗ୍ରାହୀ, ବିଜୟ କୁମାର ବେହେରା, ଧନପତି ନାୟକ, ମାୟାଧର ନାୟକ, ଭି କ୍ରିଷ୍ଣାବେନି, ଅଶୋକ ଚକ୍ରବର୍ତ୍ତୀ, ଦୁର୍ଗ।ମାଧବ ପଣ୍ଡା, ଜିତେନ୍ଦ୍ର ଚୌଧୁରୀ, ଚିତ୍ତରଞ୍ଜନ ପାତ୍ର, ଜୋଛନା ଚୌଧୁରୀ, ସୁରେଶ ପଟନାୟକ, ସତ୍ୟ ନାରାୟଣ ସାହୁ, ନରେନ୍ଦ୍ର ସାହୁ, ରୀନା ରାଣୀ ପାତ୍ର,ବିଜୟ କୁମାର ସାହୁ, ମୀରା ପଣ୍ଡା, ଗୋବିନ୍ଦା ରାଓ, ସୁବାଷ ରାଓ, ସନ୍ଦୀପ ନାୟକ ସହିତ ସହିତ ଜିଲ୍ଲା କାର୍ୟ୍ୟାଳୟ ର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories