www.samajalive.in
Monday, December 8, 2025
13.1 C
Bhubaneswar

କରୋନା ସ୍ଥିତି ଉଦବେଗଜନକ, ଆଜି ନବରଙ୍ଗପୁର ଯିବେ ମୁଖ୍ୟ ଶାସନସଚିବ ଓ ସ୍ୱାସ୍ଥ୍ୟ ସଚିବ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହା ଉଦବେଗର ବିଷୟ ହୋଇଛି। ଜିଲାରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ଜିଲା ପ୍ରଶାସନ ଓ ରାଜ୍ୟ ସରକାରକୁ ଚିନ୍ତାରେ ପକାଇଛି। ରାଜ୍ୟର ପ୍ରଥମ ଜିଲାଭାବେ କରୋନା ପରୀକ୍ଷାରେ ନବରଙ୍ଗପୁରରେ ୬୨ ପ୍ରତିଶତ କରୋନା ଆକ୍ରାନ୍ତ ବାହାରୁଥିବା ସଂପର୍କରେ ‘ସମାଜ’ରେ ଭୂବନେଶ୍ୱରରୁ ଏକ ବିସ୍ଥୃତ ଖବର ପ୍ରଥମପୃଷ୍ଠାରେ ପ୍ରକାଶିତ ହୋଇଛି। ଏହାକୁ ନେଇ ଜିଲାରେ ଆତଙ୍କ ଖେଳିଯାଇଛି। ଗତ ସୋମବାର ଠାରୁ ରବିବାର ଏକ ସପ୍ତାହ ମଧ୍ୟରେ ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୨୪୯୧ ରହିଥିବା ଜିଲା ପ୍ରଶାସନର ସୂଚନା ଅନୁସାରେ ରହିଛି। ଜିଲା ପ୍ରଶାସନ ପକ୍ଷରୁ ଦିଆଯାଉଥିବା ଦୈନିକ ରିପୋର୍ଟ ଅନୁସାରେ ପରୀକ୍ଷା ତୁଳନାରେ କମ ଆକ୍ରାନ୍ତ ହାର କମ ରହୁଥିବା ବେଳେ ରାଜ୍ୟସ୍ତରୀୟ ସୂଚନା ଆଉ ଅନ୍ୟପ୍ରକାର ରହିଥିବାରୁ ଏହା ଜିଲାବାସୀଙ୍କର ମନରେ ଦ୍ୱନ୍ଦ ପକାଉଛିା

ଆଜି ମୁଖ୍ୟଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବ ନବରଙ୍ଗପୁର ଗସ୍ତରେ ଆସିବା ସହ ଜିଲାର କରୋନା ଉଦବେଗ ଜନକ ସ୍ଥିତି ନେଇ ସୀମକ୍ଷା କରିବେ। କେଉଁ କାରଣରୁ ଜିଲାରେ କରୋନା ବୃଦ୍ଧି ପାଉଛି ତରେ ଅନୁଧ୍ୟାନ କରିବେ। ଜିଲା କୋଭିଡ ଡାକ୍ତରଖାନାକୁ ଯାଇ ପରିସ୍ଥିତି ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି। ଜିଲାରେ ଏକ ସପ୍ତାହ ହେଲା ଦୈନିକ ସଂକମ୍ରଣ ସଂଖ୍ୟା ୩୦୦ରୁ କମୁନଥିବା ବେଳେ ଗତ ସୋମବାର ୩୮୬ ଜଣ ମଙ୍ଗଳବାରଦିନ ୩୩୪ ଜଣ, ବୁଧବାର ୩୫୧ ଜଣ, ଗୁରୁବାରଦିନ ୩୪୬, ଶୁକ୍ରବାର ୩୮୩ ଜଣ, ଶନିବାର ଦିନ ୩୫୭ ଜଣ ଓ ରବିବାର ଦିନ ୩୪୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି ଗ୍ରାଫ୍‍ ସୂଚାଉଛିକି ନବରଙ୍ଗପୁର ଜିଲାରେ କରୋନା ମହମାରୀ କିଭଳି ଗ୍ରାସ କରୁଛି। ଗତ ଏକ ସପ୍ତାହ ହେଲା ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା କମୁନଥିବା ଅନ୍ୟତମ ଚିନ୍ତାର କାରଣ ହୋଇଛି।

- Advertisement -

ଜିଲାରେମୋଟ ୨୬୯୪୫୯ ଜଣଙ୍କର ନମୁନା (ସ୍ୱାବ)ପରୀକ୍ଷା କରାଯାଇଛି। ମୋଟ ୧୭୮୧୧ ଜଣ କରୋନା ଆକ୍ରାନ୍ତ ହୋଇସାରିଛନ୍ତି। ସେଥିମଧ୍ୟରୁ ୧୪୩୮୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ମୋଟ ୩୨୯୫ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସେଥିମଧ୍ୟରୁ ୩୦୩୬ ଜଣ ନିଜଘରେ ସଙ୍ଗରୋଧରେ ରହିଛନ୍ତି। ଅନ୍ୟ୨୫୯ଜଣ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସହିତ ଜିଲା ଓ ଜିଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୋଟିଏ ଦିନ ୧୬୬୫ ଜଣଙ୍କର ନମୁନା ପରୀକ୍ଷାରୁ ରବିବାର ଦିନ ଜିଲାରେ ମୋଟ ୩୪୪ଜଣ ଆକ୍ରାନ୍ତ ହୋଇଥିବା ପ୍ରଶାସନର ତଥ୍ୟରୁ ଜଣାଯାଇଛି। ରବିବାର ଉମରକୋଟ ବ୍ଲକରେ ସର୍ବାଧିକ ୬୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଚନ୍ଦାହାଣ୍ଡି ବ୍ଳକରେ ୩୩ ଜଣ, ରାଇଘର ବ୍ଳକରେ ୩୦ ଜଣ, ଝରିଗାଁ ବ୍ଳକରେ ୪୪ଜଣ, ଉମରକୋଟ ପୈାରାଞ୍ଚଳରେ ୩୪ଜଣ, ନବରଙ୍ଗପୁର ପୈାରାଞ୍ଚଳରେ ୫୦ଜଣ, ନବରଙ୍ଗପୁର ବ୍ଳକରେ ୧୬ଜଣ, ଡାବୁଗାଁ ବ୍ଲକରେ ୭ଜଣ, ପାପଡାହାଣ୍ଡି ବ୍ଳକରେ ୧୩ଜଣ, କୋଷାଗୁମୁଡା ବ୍ଳକରେ ୧୫ଜଣ ଓ ତେନ୍ତୁଳିଖୁଣ୍ଟି ବ୍ଳକରେ ୮ଜଣ ଆକ୍ରାନ୍ତ ଓ ନନ୍ଦାହାଣ୍ଡି ବ୍ଳକରେ ୨୬ଜଣ ଆକ୍ରାନ୍ତ ହୋଇଛନ୍ତି।

ତେବେ ଜିଲାରେ କରୋନା କଟକଣା ଠିକ ଭାବେ କାର୍ଯ୍ୟକାରୀ କରାଯାଉନଥିବା, ପୁଲିସ ଯାଞ୍ଚ ପ୍ରକ୍ରିୟା ଢିଲା କରାଯିବା, ଦୈନିକ ବଜାରରେ ସାମାଜିକ ଦୂରତା ପାଳନ କରାଯାଉନଥିବା ଓ ବିବାହ ଉତ୍ସବ ଇତ୍ୟାଦିିରେ ଶତାଧିକ ପରିବାର ଯୋଗ ଦେଉଥିବା ସଂକମ୍ରଣର ମୁଖ୍ୟକାରଣ ହୋଇଥିବା ଚର୍ଚ୍ଚା ହେଉଛି। ଗ୍ରାମାଞ୍ଚଳରେ କଟକଣାକୁ ଖିଲାଫ କରି ଖୋଲାଖୋଲି ଭାବେ ବିବାହ କାର୍ଯ୍ୟ ଚାଲୁଥିବାବେଳେ ପୁଲିସ ଓ ବ୍ଲକ ପ୍ରଶାସନ ନିରବରହିବା କରୋନାକୁ ଅଧିକ ଜଟିଳକରି ସଂକ୍ରମଣ ବୃଦ୍ଧିରେ ସହାୟକ ହେଉଥିବା ବହୁ ଅଭିଯୋଗ ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories