www.samajalive.in
Wednesday, December 10, 2025
14.1 C
Bhubaneswar

ମାତିଛି କଲରାପତିଆ ବାଘ, ପୁଟପୁର ଗ୍ରାମବାସୀ ଆତଙ୍କିତ

ନବରଙ୍ଗପୁର : ଗତ ଏକ ସପ୍ତାହହେଲା ବାଘର ଆତଙ୍କରେ ନନ୍ଦାହାଣ୍ଡିବ୍ଳକ ଅନ୍ତର୍ଗତ ଝାଡବନ୍ଧଗୁଡା ପଞ୍ଚାୟତ ବନପାହାଡଘେରା ପୁଟପୁର ଗ୍ରାମବାସୀ ଆତଙ୍କିତ ଭାବେ ରହିଛନ୍ତି। ଏହିଗ୍ରାମରେ ୧୦ଟି ପରିବାର ବହୁବର୍ଷଧରି ରହି ଆସିଛନ୍ତି। ସେମାନେ ଗାଇ,ମହିଷି, ଛେଳିମେଣ୍ଢା ପୋଷି ତାହା ବିକ୍ରି କରି ଜୀବିକାନିର୍ବାହ କରୁଛନ୍ତି। କେତେଦିନ ତଳେ ପାହାଡରୁ ଏକ ବାଘ ଆସି ବାଛୁରୀକୁ ମାରି ଖାଇଥିବା ଗ୍ରାମବାସୀ ମାନେ କହିଛନ୍ତି। ଏହାଛଡା ଦୁଇଟି ବାଛୁରୀକୁ ଆକ୍ରମଣ କରିଘାଇଲା କରିଥିବା ଜଣାପଡିଛି। ସନ୍ଧ୍ୟାହେଲେ ଅନ୍ଧାରର ସୁଯୋଗନେଇ ବାଘ ଗାଁଭିତରୁପଶି ଆସୁଥିବା ଜଣାଯାଇଛି। ଫଳରେ ଗ୍ରାମର ଲୋକମାନେ ଘରୁ ପଦାକୁ ବାହରି ପାରୁ ନାହାନ୍ତି। ଖବର ପାଇ ବନବିଭାଗ କର୍ମଚାରୀ ଏହି ଗ୍ରାମକୁ ଯାଇ ବାଘର ପାଦଚିହ୍ନ ଅନୁଧ୍ୟାନ କରିଛନ୍ତି। ତେବେ ଏହା କଲରା ପାତିଆବାଘ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ଏହି ବାଘ ଅନ୍ୟକୌଣସି ଜଙ୍ଗଲରୁ ଚାଲିଆସିଥିବା ସନ୍ଦେହ କରାଯାଉଛି।

ତେବେ ଗାଁକୁ ଲାଗି ଜଙ୍ଗଲ ଓ ପାହାଡ ରହିଥିବାରୁ ବାଘକୁ ଧରିବା ପାଇଁ ବନ ବିଭାଗ ଉଦ୍ୟମ କରୁନଥିବାବେଳେ ଗାଁକୁ ସୁରକ୍ଷା ଦେବା ପାଇଁ କୈାଣସି ପଦକ୍ଷେପ ନେଇନଥିବା ଗ୍ରାମର ସଦନ ଗୈାଡ, ମାଧବ ସାନ୍ତା ସମତେ ଅନ୍ୟାନ୍ୟ ଗ୍ରାମବାସୀ ପ୍ରମୂଖ ଅଭିଯୋଗ କରିଛନ୍ତି। ଏବେ ପଶୁ କୁ ବାଘ ଆକ୍ରମଣ କରୁଥିବାବେଳେ ପରେ ମଣିଷକୁ ଆକ୍ରମଣ କରିପାରେ ବୋଲି ଗ୍ରାମବାସୀ ମାନେ ଭୟଭିତ ହୋଇ ପଡିଛନ୍ତି। ଗାଁକୁ ଯିବାକୁ ରାସ୍ତା ନଥିବାବେଳେ ବିଦ୍ୟୁତ ସାତ ସପନ ହୋଇଛି। ତେଣୁ ସନ୍ଧ୍ୟାହେଲେ ଗାଁର ସମସ୍ତଙ୍କର ଘରେ ତାଟିକବାଟ ପଡିଯାଉଛି ବୋଲି କହିଛନ୍ତି। ଏସଂପର୍କରେ ନବରଙ୍ଗପୁର ଡିଏଫଓ ମଗର ଧନାଜୀ ରାଓସୋଙ୍କୁ ପଚାରିବାରୁ ଏହିଘଟଣା ପ୍ରତି ଦୃଷ୍ଟି ରଖାଯାଇଥିବାବେଳେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଥିଲେ। ଘଞ୍ଚ ବନ ଓ ପାହାଡ ଥିବାରୁ ବାଘକୁ ଧରିବା ସହଜ ନଥିବା କହିବା ସହ ବାଘ କେଉଁଠି ରହୁଛି ସେଥିପ୍ରତି ନଜର ରଖାଯାଉଥିବା କହିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories