www.samajalive.in
Saturday, December 6, 2025
26.1 C
Bhubaneswar

ନବ ଦାସ ହତ୍ୟା ମାମଲା: ଆଜି ସାକ୍ଷୀ ଦେବେ ପୂର୍ବତନ ବ୍ରଜରାଜନଗର ଥାନାଧିକାରୀ

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ସାକ୍ଷୀ ଦେବେ ପୂର୍ବତନ ବ୍ରଜରାଜନଗର ଥାନାଧିକାରୀ । ଗୁରୁବାର ପୁଲିସ ଫଟୋଗ୍ରାଫର ସଞ୍ଜୟ କିଷାନଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଝାରସୁଗୁଡା ଏଡିଜେ କୋର୍ଟରେ ମାମଲାର ୩୩ ନମ୍ବର ସାକ୍ଷୀ ସଞ୍ଜୟଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ସେ ଘଟଣା ଦିନର କିଛି କଥା କହିଥିବାବେଳେ ଆଉ କିଛି ପ୍ରଶ୍ନର ଉତ୍ତର ଠିକ୍ ଭାବରେ ଦେଇପାରିନଥିଲେ ବୋଲି ଜଣାପଡ଼ିଛି। ଆସନ୍ତାକାଲି (ଶୁକ୍ରବାର) ​‌ବ୍ରଜରାଜନଗର ପୂର୍ବତନ ଥାନାଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କ ସାକ୍ଷ୍ୟଗ୍ରହଣ କରାଯିବ। ୬ ତାରିଖରେ ଥାନାଧିକାରୀଙ୍କ ସାକ୍ଷ୍ୟଗ୍ରହଣ ହେବାର ଥିଲା; କିନ୍ତୁ ସେ ଅନୁପସ୍ଥିତ ରହିବାରୁ ସାକ୍ଷୀ ଗ୍ରହଣ କରାଯାଇପାରିନଥିଲା। ନବ ଦାସ ହତ୍ୟାକାଣ୍ଡର ମୋଟ ୧୫୦ ଜଣ ସାକ୍ଷୀ ଅଛନ୍ତି। ଗୁରୁବାରର ସାକ୍ଷୀଙ୍କୁ ମିଶାଇ ମୋଟ ୩୩ଜଣଙ୍କ ସାକ୍ଷ୍ୟଗ୍ରହଣ ହେଲାଣି ବୋଲି ଅଭିଯୁକ୍ତ ଗୋପାଳଙ୍କ ଓକିଲ ନରେଶ ନାଏକ କହିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories