www.samajalive.in
Thursday, December 11, 2025
13.1 C
Bhubaneswar

ରଙ୍ଗସ୍ବାମୀ ହେବେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ : କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ହେବେ ଏଆଇଏନ୍‌ଆରସି ମୁଖ୍ୟ ଏନ୍‌. ରଙ୍ଗସ୍ବାମୀ। ସେ ଶୁକ୍ରବାର ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସେ ଏକୁଟିଆ ଶପଥ ନେବେ ଏବଂ ପରବର୍ତ୍ତୀ ସମୟରେ ଅବଶିଷ୍ଟ ୫ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରେ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ରଙ୍ଗସ୍ବାମୀ କଂଗ୍ରେସରୁ ଇସ୍ତଫା ଦେବା ପରେ ନିଜସ୍ବ ଦଳ ଏଆଇଏନ୍‌ଆରସି ଗଠନ କରିଥିଲେ। ଗତ ଜାନୁଆରୀରେ ତାଙ୍କ ଦଳ ସହିତ ବିଜେପି ମେଣ୍ଟ କରିଥିଲା। ନିର୍ବାଚନରେ ରଙ୍ଗସ୍ବାମୀଙ୍କ ଦଳ ୧୬ରୁ ୧୦ଟି ଆସନରେ ବିଜୟୀ ହୋଇଛି। ସହଯୋଗୀ ବିଜେପି ୯ଟିରୁ ୬ଟି ଆସନରେ ବିଜୟୀ ହୋଇଛି। ମୋଟ ୩୦ ଆସନ ବିଶିଷ୍ଟ ବିଧାନସଭାରେ ମିଳିତ ଭାବେ ଏମାନଙ୍କ ସଦସ୍ୟ ସଂଖ୍ୟା ୧୬ ରହିଛି। ମନ୍ତ୍ରିମଣ୍ଡଳ ଗଠନ ସମ୍ପର୍କରେ ଆଲେଚନା ପାଇଁ ବିଜେପିର ଏକ ଚାରି ଜଣିଆ ପ୍ରତିନିଧି ଦଳ ପୁଡୁଚେରୀ ଗସ୍ତ କରିଛନ୍ତି। ୭୦ବର୍ଷୀୟ ରଙ୍ଗସ୍ବାମୀ ୨୦୦୧ରୁ ୨୦୦୮ ପର୍ଯ୍ୟନ୍ତ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଥିଲେ। ନିଜର ସାଧାରଣ ଜୀବନଯାପନ ଶୈଳୀ ପାଇଁ ସେ ବେଶ୍‌ ଲୋକପ୍ରିୟ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories